ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସମୟ ଦେବାକୁ ଭୁଲିଯାଉଛି ମନୁଷ୍ୟ । ସକାଳୁ ହେଲେ ଅଫିସ୍ କାମ ,ଘର କାମ ଏସବୁ ଭିତରେ ମଣିଷ ଜୀବନଟା ଛନ୍ଦି ହୋଇଗଲାଣି । ଏ କର୍ମମୟ ଜୀବନ ଭିତରେ ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ପ୍ରବେଶ କରିଥାଏ । ଏଥିପାଇଁ ଆପଣ ଅନେକ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଏକ ଟିପ୍ସ୍ ଦେବୁ ଯାହାଦ୍ୱାରା ଆପଣଙ୍କ ଶରୀରକୁ ରୋଗ ଛୁଇଁ ପାରିବନି ।
ଆପଣ ଜାଣନ୍ତି କି , ସକାଳୁ ଉଠିବା ପରେ ଆମ ଶରୀରକୁ ଜଳର ଆବଶ୍ୟକ ପଡ଼ିଥାଏ। କାରଣ ଆମ ଶରୀରରେ ପ୍ରାୟତଃ ୭୦ ପ୍ରତିଶତ ଜଳ ରହିଥାଏ । ଜଳ ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାକୁ ବେଶ୍ ସହାୟକ ହୋଇଥାଏ।
ସକାଳୁ ଖାଲିପେଟରେ ପାଣି ପିଇଲେ କ’ଣ ମିଳେ ଫାଇଦା:
ସକାଳୁ ଉଠି ପାଣି ପିଇବା ଦ୍ଵାରା ଆମ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଫଳରେ ରକ୍ତ ସଫା ହେବାସହ ଆପଣଙ୍କ ଚେହେରାରେ ଚମକ ଆସିଥାଏ । ଏହାସହ ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।ସକାଳୁ ପାଣି ପିଇବା ଦ୍ଵାରା ଶରୀରକୁ ମୁଣ୍ଡ ବିନ୍ଧା,ଦେହ ହାତ ଦରଜ, ହୃତପିଣ୍ଡ ଜନିତ ରୋଗ, କୋଷ୍ଟ କଠିନ୍ୟ ପରି ରୋଗରୁ ମଧ୍ୟ ମୁକ୍ତି ମିଳିବା ସହ ଶରୀରର ଅନବୋଲିଯିମ୍ ସକ୍ରିୟ ହୋଇଥାଏ। ତେଣୁ ସକାଳୁ ଖାଲି ପେଟରେ ୨ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ଆପଣଙ୍କ ଶରୀରକୁ ରୋଗମୁକ୍ତ କରନ୍ତୁ ।