ଓଡ଼ିଶା 365 (ବ୍ୟୁରୋ): ଇସ୍ରୋ ପରିକ୍ଷାରେ କପି କରି ୨ ଜଣ ଧରା ପଡିଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ ନିଯୁକ୍ତି ପାଇଁ ପରୀକ୍ଷାରେ ଦେବା ବେଳେ କପି କରି ୨ଜଣ ଧରାପଡ଼ିଛନ୍ତି। ସୂଚନା ଅନୁସାରେ,
ରବିବାର କେରଳର ଥିରୁଭାନନ୍ତପୁରମଠାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉଭୟେ ପରିକ୍ଷାର୍ଥୀ ବେଆଇନ ଭାବେ ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଓ ନେଇ ବ୍ଲୁଟୁଥ ବ୍ୟବହାର କରି ପ୍ରଶ୍ନପତ୍ର ବାହାରକୁ ପଠାଇବା ସହ ଉତ୍ତର ପାଇଥିଲେ। ଏହା ସହ ଦୁଇ ଜଣ ପରିକ୍ଷାର୍ଥୀ ଅନ୍ୟ ମାନଙ୍କ ପାଇଁ ପରିକ୍ଷା ଦେଉଥିବା ପୋଲିସ କହିଛି । ସ୍ଥାନୀୟ ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଧରା ପଡ଼ିଥିବା ୨ ଜଣ ହରିୟାଣାର ସୁନୀଲ କୁମାର ଓ ମନୋଜ କୁମାର ବୋଲି ଜଣାପଡ଼ିଛି ।