ଓଡ଼ିଶା 365 (ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି ମାମଲାରେ ଭୁବନେଶ୍ୱର ସ୍ଥିତ ଜେଏମଏଫସି କୋର୍ଟରେ ଦାଖଲ ହେଲା ଚାର୍ଜଫ୍ରେମ। ଜେଲରୁ ମୁକୁଳିବା ପରେ ବିଜେଡି ବିରୁଦ୍ଧରେ ପ୍ରଦୀପଙ୍କ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ତାଙ୍କୁ ମହଙ୍ଗା ପଡ଼ିଛି। ସ୍ପେଶାଲ କୋର୍ଟ ପ୍ରଦୀପ ଓ ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ନାଁରେ ଚାର୍ଜଫ୍ରେମ୍ କରିଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଜେଏମଏଫସି କୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀ, ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୧୯,୪୨୦,୪୬୭,୪୬୮,୪୬୯,୪୭୧ ଓ ୧୨୦-ଖ ସମେତ ଆଇଟି ଆକ୍ଟର ଧାରା ୬୬-ଗ ଓ ଘରେ ଚାର୍ଜଫ୍ରେମ୍ ହୋଇଛି । କ୍ରାଇମବ୍ରାଂଚର କେସ୍ ନମ୍ବର ୨୬/୨୦୨୦ ମାମଲାରେ କୋର୍ଟ ଏହି ଚାର୍ଜଫ୍ରେମ କରିଛନ୍ତି। କ୍ରାଇମବ୍ରାଂଚ ଅଭିଯୋଗ ଅନୁସାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ ମିଳିତ ଭାବେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଛନ୍ତି । ପୂର୍ବରୁ ଉକ୍ତ ମାମଲାରେ ପ୍ରଦୀପଙ୍କୁ ବାନ୍ଧିଥିଲା ପୋଲିସ।