ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସୀମା ହାଇଦର ଓ ସଚ୍ଚିନ ମୀଣାଙ୍କ ଲଭ୍ ଷ୍ଟୋରୀ । ବଡ଼ ପରଦାରେ ସୀମାଙ୍କ ରିୟଲ୍ ଲାଇଫକୁ ବଖାଣୁଛି ‘କରାଚି ଟୁ ନୋଏଡା’ । ଏହାସହ ଫିଲ୍ମର ଟାଇଟଲ ସଙ୍ଗ ‘ଚଲ ପଡେ ହେଁ ହମ୍’ ମଧ୍ୟ ରିଲିଜ୍ ହୋଇଛି । ଯାହାକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମକୁ ପ୍ରଡ୍ୟୁସର ଅମିତ ଜାନି ବନାଇଥିବାବେଳେ, ଜାନି ଫାୟାରବକ୍ସ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସୀମାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଫରହିନ୍ ଫଲକ । ସୂଚନାଅନୁଯାୟୀ, ଫିଲ୍ମରେ ଅଭିନୟ ପାଇଁ ଅଡିସନକୁ ୫୦ରୁ ଅଧିକ ଅଭିନେତ୍ରୀ ଓ ମଡେଲ ଆସିଥିଲେ । ସେମାନଙ୍କ ମଧ୍ୟରୁ ଫରହିନ୍ ଫଲକଙ୍କୁ ବଛାଯାଇଥିଲା । କାରଣ ଫରହିନଙ୍କ ଲୁକ୍ ପ୍ରାୟତଃ ସୀମାଙ୍କ ଲୁକ୍ ସହ ମିଶିଯାଉଛି ।