ଓଡ଼ିଶା 365 (ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି । ବ୍ରିକ୍ସ ସମ୍ମିଳନୀ ଆଜିଠୁ ଆସନ୍ତା ୨୪ ତାରିଖ ଯାଏଁ ଚାଲିବ । ବ୍ରିକ୍ସ ସମ୍ମିଳନୀ ପ୍ରଥମେ କରୋନା ମହାମାରୀ ଏବଂ ପରବର୍ତ୍ତୀ ବିଶ୍ୱସ୍ତରୀୟ ପ୍ରତିବନ୍ଧକ ପରେ ବ୍ୟକ୍ତିଗତ ଭାବରେ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାର ନେତାମାନେ ଗୋଟିଏ ପ୍ଲାଟଫର୍ମରେ ଉପସ୍ଥିତ ହେବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଅନ୍ୟ ନେତାଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।