ଓଡ଼ିଶା 365 (ବ୍ୟୁରୋ): ୧୨ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ । ବିଜେପି ପକ୍ଷରୁ ନେତା ଶତୃଘ୍ନ ଜେନାଙ୍କ ନେତୃତ୍ବରେ ବନ୍ଦ ପାଳନ ଡାକରା ଦିଆଯାଇଛି । ଫଳରେ ସକାଳ ୬ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଯାଏଁ ରହିବ ବନ୍ଦପାଳନର ପ୍ରଭାବ । ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମି ମାନେ ବସି ରହିବା ସାଙ୍ଗକୁ ବନ୍ଦ କରିଛନ୍ତି । ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି ।
ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଶିତଳ ଭଣ୍ଡାର ନିର୍ମାଣ, ସହର ମଧ୍ୟରେ ରାସ୍ତା ଓ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୂର୍ନୀତି, ବାରମ୍ବାର ବିଦ୍ୟୁତ କାଟ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି ।