ଓଡ଼ିଶା 365 (ବ୍ୟୁରୋ): ଦିନକୁଦିନ ଯୋର ଧରୁଛି କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା। ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ଡାକରା ଦିଆଯାଇଛି । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ସରକାରୀ କର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ଠପ୍ ହୋଇଛି ।
ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜିର ଏହି ବନ୍ଦ ଡାକରାରେ ସହରରସାମିଲ ହୋଇଛନ୍ତି ୩୦ ରୁ ଅଧିକ ସଂଗଠନ ।