ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠୁ ବୟସ୍କ ସମସ୍ତଙ୍କ କ୍ଷେତ୍ରରେ ଦୃଷ୍ଟିହିନ ସମସ୍ୟା ଦେଖାଦେଉଛି । ଆଜିକାଲିର ଖାଦ୍ୟଶୈଳୀ, ଅଧିକ ସମୟ ମୋବାଇଲ ବ୍ୟବହାର, ଟିଭିି କମ୍ପୁଟର ବ୍ୟବହାର କରିବା ଆଦି ଅନେକ କାରଣ ଆଖି ଖରାପର ମୁଖ୍ୟ କାରଣ ହୋଇଥାଏ । ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସର ବ୍ୟକ୍ତି ମାନେ ଅର୍ଥାତ୍ ୪୦ଟପିଲେ ଚଷମା ବ୍ୟବହାର କରୁଥିଲେ ହେଲେ ଏବେ ଛୋଟ ଛୋଟ ପିଲାମାନେ ମଧ୍ୟ ଚଷମା ବ୍ୟବହାର କରୁଛନ୍ତି । ସାଧାରଣତଃ ଆଖି ଖରାପ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ ଏବଂ ଏହାର ନିରାକରଣ ପାଇଁ ଡାକ୍ତର ଚଷମା ବ୍ୟବହାର ପାଇଁ ଉପଦେଶ ଦେଇଥାନ୍ତି । ଏହାସହ ଅନେକ ପ୍ରକାରର ମେଡିସିନ୍ ମଧ୍ୟ ବ୍ୟବହାର କରିଥାନ୍ତି ।
ହେଲେ ଏମିତି କିଛି ଘରୋଇ ଉପାୟ ଅଛି ଯାହା ଖାଇବା ଦ୍ୱାରା ମାତ୍ର ୧୦ ଦିନରେ ଆପଣଙ୍କ ଆଖିରୁ ଚଷମା ହଟିପାରିବ । ପାନମଧୁରୀ ,ମିଶ୍ରି ଏବଂ ପେସ୍ତା ବାଦାମ ଏହି ତିନୋଟି ଜିନିଷକୁ ସମପରିମାଣରେ ଏକାଠି କରି ଭଲଭାବରେ ପାଉଡର ତିଆରି କରନ୍ତୁ । ଏହି ପାଉଡରକୁ ନିୟମିତ ଏକ ମାସ ପର୍ୟ୍ୟନ୍ତ ଶୋଇବା ସମୟରେ ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ଗୁଣ୍ଡ ମିଶାଇ ଖାଆନ୍ତୁ । ଯାହା ଦୃଷ୍ଟିଶକ୍ତି ବଢ଼ିବା ସହ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡିବ ନାହିଁ । ଏହାସହ ପ୍ରଚୁର ପରିମାଣରେ ଚୁନାମାଛ, ସଜନା ଶାଗ ଖାଆନ୍ତୁ ଏବଂ ବିନା ଚଷମାରେ ଦୁନିଆକୁ ଦେଖନ୍ତୁ ।