5Tରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ । ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ଆଜି ପାଣ୍ଡିଆନ ଘୋଷଣା କରିଛନ୍ତି । ଆଜି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଭୁବନେଶ୍ବର ଜନତା ମଇଦାନରେ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାର ସବୁ କଲେଜକୁ 5T ଅଧୀନରେ ରୂପାନ୍ତର କରାଯିବ । ଭିତ୍ତିଭୂମିର ବିକାଶ କରାଯିବ । ପିଲାମାନଙ୍କ କଠିନ ପରିଶ୍ରମ କରିବା ସହ ଭଲ ପାଠ ପଢ଼ି ବଡ଼ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ ।
ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପ୍ରରଣା ପାଇଁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଶାହୁରଖ ଖାନଙ୍କ ଉଦାହରଣ ଦେଇଛନ୍ତି ପାଣ୍ଡିଆନ୍। ଛାତ୍ରଛାତ୍ରୀଙ୍କୁ 5T ସଚିବ ୯ଟି ଟିପ୍ସ ଦେଇଛନ୍ତି । ଖେଳନ୍ତୁ, ଫିଟ ରୁହନ୍ତୁ । ମାନସିକ ସୁସ୍ଥତା ପାଇଁ ଧ୍ୟାନରେ ୧୫ ମିନିଟ ବସନ୍ତୁ। ଦୈନିକ ୧୪ ଘଣ୍ଟା ପରିଶ୍ରମ କରନ୍ତୁ । ୫ ବର୍ଷର ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଫଳ ଦେବ ବୋଲି କହିଛନ୍ତି ଫାଇଭ ଟି ସଚିବ । ଭଲ ସାଙ୍ଗ କରନ୍ତୁ । ଜୀବନରେ ଭଲ ସାଙ୍ଗର ପ୍ରଭାବ ବହୁତ ଥାଏ । ସଫଳତା ଆଣିବାରେ ଭଲସାଙ୍ଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗୁରୁ, ମାତାପିତାଙ୍କୁ ମୁଣ୍ଡିଆ ମାରନ୍ତୁ। ଆଡିକସନ, ନିଶାଠୁ ଦୂରରେ ରୁହନ୍ତୁ । ଆଇଡିଆ ବାଣ୍ଟନ୍ତୁ । ଯେତେ ଦୂର ପାଠ ପଢିବାକୁ ଆସିଲେ ବି କିଛି ମନଦୁଃଖ କରନ୍ତୁ ନାହିଁ, କଠିନ ପରିଶ୍ରମ କରନ୍ତୁ।