ଓଡ଼ିଶା 365(ବ୍ୟୁରୋ) : ଆଜି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପୁଣ୍ୟତିଥିରେ ହିନ୍ଦୁ ଗୌରବ ଦିବସ ପାଳନ କରୁଛି ଭାରତୀୟ ଜନତା ପାର୍ଟି । ଏହି ଏବସରରେ ଆଲିଗଡ଼ରେ ଏକ ଭବ୍ୟ କାର୍ଯକ୍ରମର ଆୟୋଜନ ହୋଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ସମେତ ବିଜେପିର ପ୍ରମୁଖ ନେତା ସାମିଲ ହୋଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ୨୦୧୪ରେ ୟୁପିର ଜନତା ସାରା ରେକର୍ଡ ଭାଙ୍ଗି ଦେଇଥିଲେ । ଠିକ ସେହିପରି ୨୦୨୪ରେ ମଧ୍ୟ ସମସ୍ତ ୮୦ ସିଟରେ ପଦ୍ମ ଫୁଟେଇ ଦିଅନ୍ତୁ । ଏହା କଲ୍ୟାଣ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କଲ୍ୟାଣ ସିଂ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରୁପେ ଦାୟୀତ୍ୱ ତୁଳାଇଛନ୍ତି । ସେ ଜଣେ ବେସ ଲୋକପ୍ରିୟ ନେତା ମଧ୍ୟରେ ଜଣାଯାଉଥିଲେ ।