ଓଡ଼ିଶା 365(ବ୍ୟୁରୋ): ୨୦୧୪ ପୂର୍ବରୁ ଦେଶରେ ବହୁ ପରିମାଣରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିଲା। ଜନତା ଦେଶର ଜନତା ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେନାହିଁ । ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେତେବେଳେ ଗରୀବ ମାନଙ୍କ ସହ ଅନେକ ଅନ୍ୟାୟ ଓ ଅତ୍ୟାଚାର ହେଉଥିଲା । ଏବେ କିନ୍ତୁ ଗରିବଙ୍କ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଯାଉଛି। ଦେଶର ନାଗରୀକଙ୍କୁ ଆଜି ତାଙ୍କ ହକ ମିଳୁଛି ବୋଲି କହିଛନ୍ତି ପ୍ରଧାନମନମନ୍ତ୍ରୀ ।