ଓଡ଼ିଶା 365 (ବ୍ୟୁରୋ) : ଘୁଞ୍ଚିଲା ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଡିସଚାର୍ଜ ପିଟିସନର ଶୁଣାଣି । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଛି ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି । ଆଜି ଗୋପାଳ ଦାସ ଝାରସୁଗୁଡା କୋର୍ଟରେ ହାଜର ହେବାକୁ ଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଡିସଚାର୍ଜ ପିଟିସନରେ ଗୋପାଳ ନିର୍ଦ୍ଦୋଶ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ । ଓକିଲ ନରେଶ ନାୟକଙ୍କ କହିବା ମୂତାବକ ଗୋପାଳ ଦାସ ପିଟିସନ ଦେବା ସହ ସେ ମସ୍ତିଷ୍କ ରୋଗରେ ଅଛନ୍ତି ପୀଡିତ । ଯାହା ଡାକ୍ତର ପୂର୍ବରୁ କହିସାରିଛନ୍ତି।
ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟରେ ଶୁଣାଣି କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସର ବିଚାର କରିଆଆନ୍ତେ ଜର୍ଜ । ହେଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଛୁଟିରେ ଥିବାରୁ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ଗୋପାଳ ଚୌଦ୍ବାର ଜେଲରେ ରହିଛି ।