ଓଡ଼ିଶା365(ବ୍ୟୁରୋ): ଜନ୍ମଦିନରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟକକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଦଳରେ ଥାଇ ଦଳ ବିରୋଧରେ କହିବା, ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି କଟାକ୍ଷ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲୁଛନ୍ତି ବିଜେଡି ନେତା। ବିଜେଡି ନେତା ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ ଦୋମୁହାଁ ବୋଲି କହିବା ସହ ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି । ସେହିପରି ଜୀବନ ଚାଲିଯାଇଥାନ୍ତା ପଛେ ସୌମ୍ୟବାକୁ ବିଧାୟକ ହୋଇପାରି ନଥାନ୍ତେ । ଓଡ଼ିଶା ପାଇଁ ସେ କଣ କରିଛନ୍ତି ଆଗ କୁହନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।