ଓଡ଼ିଶା 365(ବ୍ୟୁରୋ) : ଆଜିର ମହିଳା ମାନେ ସଙ୍ଗୀତ କ୍ଷେତ୍ର ଠାରୁ ମିଜାଇଲ ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମସ୍ତ କ୍ଷେତ୍ରରେ ନାରୀ ମାନଙ୍କ ଯୋଗଦାନ ବେସ ପ୍ରଶଂସନିୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ଆର୍ମି ଓ୍ୱାଇଭ ଓ୍ୱେଲଫେୟାର ଆଶୋସିଏସନରେ ଯୋଗଦେଇ ଏଭଳି କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି ନାରୀ ମାନେ ବିଭିନ୍ନ ବାଧା ବିଘ୍ନ ଓ ସମସ୍ୟାକୁ ସାମ୍ନା କରି ଆଜି ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଉଛନ୍ତି । ପରିଶ୍ରମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି । ସବୁ ସଫଳ ମଣିଷ ପଛରେ ଜଣେ ନାରୀର ହାତ ଥାଏ କଥାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି ମୁର୍ମୁ । ସେହିପରି ଜଣେ ନାରୀ ପୁରୁଷର ସାହାଯ୍ୟ ନ ନେଇ ମଧ୍ୟ ଏକା ଲଢ଼େଇ କରିପାରେ, ଏକ ବଂଚିପାରେ ଓ ଆଗକୁ ମଧ୍ୟ ବଢିପାରେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।