ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ରାତି ଅନିନ୍ଦ୍ରା, ଅଧିକ ସମୟ ମୋବାଇଲ ବ୍ୟବହାର କରିବା,ଚାପ ଇତ୍ୟାଦି ଆଖିତଳ କଳା ପଡ଼ିବାର ପ୍ରମୁଖ କାରଣ ହୋଇଥାଏ । ଏହାକୁ ଦୂର କରିବା ପାଇଁ ଆପଣ ଅନେକ ପ୍ରକାରର ଉପାୟ ଆପଣେଇଥାନ୍ତି । ହେଲେ ଆମେ ଆପଣଙ୍କୁ ତିନିଦିନରେ କଳାଦାଗ ହଟିବାର ଉପାୟ ବତାଇବୁ ।
ପ୍ରଥମ ପଦକ୍ଷପରେ ଦରକାର ହେବ କାକୁଡି ,ଆଳୁ ,ମହୁ ଓ ଆଲୋବେରା ଜେଲ । କାକୁଡିରେ ସ୍କ୍ରବୀକି ଏସିଡ଼ି ଓ କାଫିକି ଏସିଡ଼ି ଥାଏ ଯାହା ଆଖିରେ ବ୍ଲଡ଼ ସାରକୁଲସନ ବଢ଼ାଇଥାଏ । ପ୍ରଥମେ ଆଳୁ ଓ କାକୁଡ଼ିର ଉପରିଭାଗକୁ ଛେଲି ତାର ଚୋପାର ରସକୁ ଏକ ବାଉଲୁରେ ରଖନ୍ତୁ ଏଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଆଲୋବେରା ଜେଲକୁ ସେହି ରସ ସହିତ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଏକ ହାଇଡ୍ରେଟିଙ୍ଗ ଜେଲ ପ୍ରସ୍ତୁତ ହେବ । ଏହାକୁ ଲଗାଇବା ପୂର୍ବରୁ ୧୦-୧୫ ମିନିଟି ପର୍ୟ୍ୟନ୍ତ ତାକୁ ଫ୍ରିଜରେ ରଖନ୍ତୁ । ଏହାପରେ ସେହି ପେଷ୍ଟକୁ ଆଖି ପାଖରେ ଥିବା କଳାଦାଗ ଉପରେ ଲଗାନ୍ତୁ । ଯାହାଫଳରେ ଆଖିତଳୁ କଳାଦାଗ ହଟିଯିବ ।
ଏହାସହ ଭିଟାମିନ କ୍ୟାପସୁଲ୍ ଓ ଗୋଲାପ ଜଳ ମଧ୍ୟ ଆପଣଙ୍କ ଆଖିତଳ କଳା ଦୂର କରିବାରେ ବେଶ୍ ସହାୟକ ହେବ । ଭିଟାମିନ କ୍ୟାପସୁଲ୍ ରେ ୪-୫ ଡ୍ରପ ଗୋଲାପ ଜଳକୁ ଭଲଭାବରେ ମିଶାନ୍ତୁ ଏହାପରେ ତାକୁ ଆଙ୍ଗୁଠି ସାହାଯ୍ୟରେ ଆଖି ତଳେ ଥିବା କଳା ସାର୍କଲ ଉପରେ ଲଗାନ୍ତୁ ଓ ଏହାକୁ ଲଗାଇବାପରେ ଧୀରେ ଧୀରେ କଳାପଣ ଦୂର ହୋଇଥାଏ ।