ଓଡ଼ିଶା 365(ବ୍ୟୁରୋ): ମହାକାଶରେ ଇତିହାସ ରଚିବ ଭାରତ । ଚନ୍ଦ୍ରଯାନ-୩ ଆସନ୍ତା ୨୩ ତାରିଖ ଚନ୍ଦ୍ରର ସାଉଥ ପୋଲ ବା ଦକ୍ଷିଣ ମେରୁରେ ଅବତରଣ କରିବ । ଯଦି ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁରେ ସଫଳ ଅବତରଣ କରେ ତେବେ ଦକ୍ଷିଣ ମେରୁରେ ପହଂଚିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ହେବ । ଚନ୍ଦ୍ରଯାନ-୩ ଆସନ୍ତା ୨୩ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ଏହା ସହ ବିକ୍ରମ ଲ୍ୟାଣ୍ଡର ମଧ୍ୟ ଚନ୍ଦ୍ରରେ ନିଜ କାର୍ଯ୍ୟ କରିବା ଆରମ୍ଭ କରିଦେବ । ଚନ୍ଦ୍ରରେ ଗୋଟିଏ ଦିନର ଅର୍ଥ ପୃଥିବୀରେ ୧୪ ଦିନ ସହ ସମାନ । ଚନ୍ଦ୍ରଯାନ-୩ ଚନ୍ଦ୍ରରେ ୧୪ ଦିନ ପର୍ଯ୍ୟନ୍ତ ଅନୁସନ୍ଧାନ କରିବ । ଆସନ୍ତୁ ଚନ୍ଦ୍ରଯାନ-୩ର ଏହି ରିସର୍ଚ୍ଚ ଉପରେ ଜାଣିବା । ସବୁଠୁ ବଡ଼ କଥା ହେଉଛି ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ପହଂଚିବାକୁ ଆଉ ମାତ୍ର ୨୫ କିମି ଦୂରତା ଅଛି ।
ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ପ୍ରାଇମ ସାଇଟ
ଇସ୍ରୋର ଓ୍ୱେବସାଇଟରେ ଦିଆଯାଇଥିବା ସୁୂଚନା ଅନୁସାରେ, ଚନ୍ଦ୍ରର ଲ୍ୟାଣ୍ଡର ମଡ୍ୟୁଲର ପ୍ରାଇମ ସାଇଟ ୪ କିମି* ୨.୪ କିମି ୬୯.୩୬୭୬୨୧ ଏସ ୩୨.୩୪୮୧୨୬ ଇ ଅଟେ
ଦଣିଣ ଧୃବରେ ଅବତରଣ କରିବନି ଲ୍ୟାଣ୍ଡର
ଚନ୍ଦ୍ରର ଦଣିଣ ମେରୁର ନିକଟସ୍ଥ ମେନଜିନସ ୟୁ ଠାରେ ଲ୍ୟାଣ୍ଡ କରିପାରେ ଚନ୍ଦ୍ରଯାନ-୩
ଢଲାଣି ଏରିଆରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୩
ବିକ୍ରମ ଲ୍ୟାଣ୍ଡର ୧୨ ଡିଗ୍ରି ଢଲାଣି ଅଂଚଳରେ ଓହ୍ଲାଇପାରେ । ବିକ୍ରମ ଲ୍ୟାଣ୍ଡର ଯେଉଁ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାର ଗତି ୨ ମିଟର ପ୍ରତି ସେକେଣ୍ଡ ରହିବ ।
-୨୦୦ ଡିଗ୍ରୀ ରହିବ ତାପମାତ୍ରା
ଦକ୍ଷିଣ ଧୃବ ଅଂଚଳରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୧୦୦ ଡିଗ୍ରୀ ସେଲସିୟସ ରହିବ । ସେହିପରି ସର୍ବନିମ୍ନ ତାପମାତ୍ରା -୨୦୦ ଡିଗ୍ରୀ ସେଲସିୟସରୁ ବି ଅଧିକ ରହିବ ବୋଲି ଜଣାପଡିଛି ।
ପାଣିର ଏଭଳି ଯାଂଚ କରାଯିବ
ଚନ୍ଦ୍ରଯାନ-୩ ଯେଉଁ ସ୍ଥାନରେ ଲ୍ୟାଣ୍ଡ କରିବ ସେଠାରେ ପାଣି ବରଫ ଅବସ୍ଥାରେ ଥିବ । ତେବେ ସେହି ପାଣି କେଉଁ କେଉଁ କାମରେ ବ୍ୟବହାର ହୋଇପାରିବ ସେ ଦିଗରେ ଯାଂଚ କରାଯିବ ।
କେଉଁଠି ଖାଲ ତ କେଉଁଠି ଚଟ୍ଟାଣ
ବିକ୍ରମ ଲ୍ୟାଣ୍ଡର ନିକଟରେ କିଛି ଫଟୋ ପଠେଇଛି ଯେଉଁଥିରେ କେଉଁଠି ଖାଲ ତ ଆଉ କେଉଁଠି ଚଟ୍ଟାଣ ଥିବା ଦେଖିବାକୁ ମିଳିଛି ।
ପାଣି ବରଫ ଛଡା ଆହୁରି ଅନେକ କିଛି ରହିଛି
ଚନ୍ଦ୍ରରେ ପାଣି ବରଫ ଛଡ଼ା ଅନେକ ପ୍ରାକୃତିକ ସଂସାଧନ ମଧ୍ୟ ମିଳିପାରେ ବୋଲି କୁହାଯାଉଛି । ତେବେ ଯାଂଚ ପରେ ଜଣାପଡିବ ଯେ ଏଠାରେ ଥିବା ଜିନିଷ ମଣିଷର ବ୍ୟବହାର ଯୋଗ୍ୟ ନା ନୁହେଁ ।