ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଅଫିସଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ବସିକି କାମ ହେଉଛି । ବସିବା ଅନେକ ଲୋକଙ୍କର ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି । ହେଲେ ଅଧିକ ସମୟ ବସି ରହିବା ଦ୍ବାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମାଡି ବସିଥାଏ । ଏହି ରୋଗ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଜାଣନ୍ତି ଯେ, ଧୁମପାନ କଲେ ହାର୍ଟଜନିତ ସମସ୍ୟା ବାହାରିଥାଏ, ଠିକସେହିପରି ଅଧିକ ସମୟ ବସିରହିଲେ ହାର୍ଟଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଅଧିକ ସମୟ ବସିରହିବା ଦ୍ବାରା କେଉଁ ରୋଗ ହୋଇଥାଏ
ଏଥେରୋସ୍କ୍ଲେରୋସିସ:
ଅଧିକ ସମୟ ବସିରହିବା ଦ୍ୱାରା ଏଥେରୋସ୍କ୍ଲେରୋସିସ ରୋଗ ହୋଇଥାଏ । ଯାହାଫଳରେ ଧମନୀରେ ରକ୍ତଜମାଟ ବାନ୍ଧିଥାଏ । ଏହାସହ ରକ୍ତ ସଞ୍ଚାଳନ କମ ହେବାସହ ଶରୀରରେ ଚର୍ବି ମଧ୍ୟ ବୃଦ୍ଧି ପାଇଥାଏ ।
ହାଇବ୍ଲଡ ପ୍ରେସର:
ହାଇବ୍ଲଡ ପ୍ରେସର ମୁଖ୍ୟ କାରଣ ହେଉଛି ଅଧିକ ସମୟ ବସି ରହିବା । ରକ୍ତ ସଞ୍ଚାଳନ ନହେବା ମଧ୍ୟ ହାଇ ବ୍ଲଡ ପ୍ରେସରର କାରଣ ହୋଇଥାଏ । ତେଣୁ ପ୍ରତିଦିନ ବାୟାମ କରିବା ସହ ଚଲାବୁଲା କରିବା ନିତ୍ୟାନ୍ତ ଆବଶ୍ୟକ ।
ମୋଟାପଣ ବଢିବା:
ଅଧିକ ସମୟ ବସି ରହିବା ଦ୍ବାରା ଓଜନ ବୃଦ୍ଧି ପାଇଥାଏ । ଓଜନ ବଢିବା ଯୋଗୁଁ ହୃଦରୋଗ,ହାଇ କୋଲେଷ୍ଟ୍ରଲ୍ , ଡାଇବେଟିସ ଆଦି ରୋଗ ହୋଇଥାଏ ।
ତେଣୁ ଅଧିକ ସମୟ ବସିରହିବା ଅପେକ୍ଷା କିଛି ସମୟ ପ୍ରତିଦିନ ବ୍ୟାୟାମ , ସିଡି ଚଢ଼ିବା, ଚଲାବୁଲା କରିବା ଭଳି କାମ କରନ୍ତୁ ସୁସ୍ଥ ରୁହନ୍ତୁ ।