ଓଡ଼ିଶା 365 (ବ୍ୟୁରୋ): ଆମେ ନିତିଦିନିଆ ଜୀବନରେ ଫଳ ଖାଇବା ପସନ୍ଦ କରିଥାଉ । ତେବେ ପ୍ରତେକ ଫଳରେ ରହିଛି ଅନେକ ଅନେକ ଗୁଣ । ସେଥି ମଧ୍ୟରୁ ପିଜୁଳି ଅନ୍ୟତମ । ଯାହାର ଫଳ ନୁହେଁ ବରଂ ପତ୍ରରେବି ଭରିରହିଛି ଔଷଧୀୟ ଗୁଣ । ବେଳେବେଳେ ପିଜୁଳିରେ ବହୁପରିମାଣରେ ମଞ୍ଜି ରହିଥିବାରୁ ଖାଇବା ପସନ୍ଦ କରିନଥାନ୍ତି ।କିନ୍ତୁ ପିଜୁଳିରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ସି, ଫାଇବର ପ୍ରଚୁର ପରିମାଣରେ ଥାଏ। କଣ ଆପଣ ଜାଣନ୍ତି ପିଜୁଳି ପତ୍ର ଆମ ଶରୀର ପାଇଁ କେତେ ଉପକାରୀ ଅଟେ ?
ପିଜୁଳି ପତ୍ରରେ ଆୟୁର୍ବେଦ ହିସାବରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ଏଥିରେ ଅନେକ ପ୍ରକାରର ରୋଗକୁ ଭଲ କରିବାର ଗୁଣ ମଧ୍ୟ ରହିଛି।
ପ୍ରଥମେ ମଧୁମେହ ରୋଗକୁ ନି-ୟନ୍ତ୍ର-ଣ କରିଥାଏ। ପିଜୁଳି ପତ୍ରରେ ଏପରି ପୋଷକ ତତ୍ତ୍ଵ ରହିଛି ଯାହା ସୁଗାରର ମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ପିଜୁଳି ପତ୍ରକୁ ପାଣିରେ ପକାଇ ଏହାକୁ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଉଷୁମ କରି ଏହାର ଚାହା ସେବନ କରନ୍ତୁ। ଏହାଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ । ଖାଦ୍ୟ ଖାଇବା ପରେ ପିଜୁଳି ପତ୍ର ରସକୁ ଚାହାରେ ମିଶାଇ ପିଇଲେ ସୁଗାର ମାତ୍ରା ୧୦ ପ୍ରତିଶତ କମି ଯାଇଥାଏ।
ହୃଦରୋଗରୁ ରକ୍ଷା କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ପିଜୁଳିପତ୍ର।
ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣା ଯାଇଛି ଯେ ପିଜୁଳିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ ଗୁଡିକ ହାର୍ଟକୁ ସୁସ୍ଥ ରଖିଥାଏ। ପିଜୁଳି ପତ୍ରରେ ଥିବା ଗାଇବାର ଏବଂ ପଟାସୀୟମ ଶରୀରରେ ଖରାପ କଲେଷ୍ଟ୍ରଲର ମାତ୍ରା କମେଇବା ସହିତ ଭଲ କଲେଷ୍ଟ୍ରଲର ମାତ୍ରା ବୃଦ୍ଧି କରିଥାଏ। ଏହାଦ୍ବାରା ରକ୍ତ ନଳୀରେ ଜମାଟ ବାନ୍ଧିଥିବା ଖରାପ କଲେଷ୍ଟ୍ରଲକୁ ଦୂର କରିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହାର୍ଟ ଷ୍ଟ୍ରୋକରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ପିଜୁଳି ରସ ସେବନ କଲେ ଛାତି ଜନିତ ସମସ୍ୟା ଦୂର ହୋଇଥାଏ।
ଖାଲି ସେତିକି ନୁହେଁ ବରଂ ମହିଳା ମାନଙ୍କର ମାସିକ ଋତୁସ୍ରାବ ସମୟରେ ହେଉଥିବା କଷ୍ଟକୁ ଦୂର କରେ। ଏହି ପିଜୁଳି ରସ ।
ମହିଳା ମାନେ ଋତୁସ୍ରାବ ସମୟରେ ତଳିପେଟ ରେ ବ୍ୟଥା ହେବା ଭଳି ସମସ୍ୟା ଦେଖା ଦେଇଥାଏ। ବୈଜ୍ଞାନିକଙ୍କ ଗବେଷଣାରୁ ଏହା ଜଣା ଯାଇଛି ଯେ ଯଦି ମହିଳା ମାନେ ସକାଳେ ପ୍ରତ୍ୟେକ ଦିନ ପିଜୁଳି ପତ୍ରର ରସ ସେବନ କଲେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
ଏହା ସହିତ ହଜମ କ୍ରିୟା ଭଲ କରେ ପିଜୁଳି ଏବଂ ପିଜୁଳି ପତ୍ର । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଛି। ପିଜୁଳି ପତ୍ରକୁ ଚୋବେଇ ଖାଇଲେ କିମ୍ବା ଏହାର ରସ ପିଇଲେ ଏହା ହଜମ କ୍ରିୟା ସଠିକ ରଖିଥାଏ। ପିଜୁଳି ପତ୍ର ରସ ସେବନ କଲେ ଏହା ଡାଇରିଆ ହେବାରୁ ର-କ୍ଷା କରିଥାଏ। ପିଜୁଳି ପତ୍ର ରସରେ ଆଣ୍ଟି ଭାଇରାଲ ଗୁଣ ଯୋଗୁଁ ଏହା ଡାଇରିଆ ରୋଗ ସୃଷ୍ଟି ଜୀବାଣୁ ମାରି ଦେଇଥାଏ।
ତେବେ ଓଜନ କମେଇବାରେ ମଧ୍ୟ ସାହାଯ୍ୟ କରିଥାଏ ପିଜୁଳି ରସ । ଯଦି ଆପଣଙ୍କର ଅଧିକ ଓଜନ ରହିଛି ତାହେଲେ ପ୍ରତିଦିନ ୧୦ ରୁ ୧୫ ଟି ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ। ଆପଣ ପିଜୁଳି ମଧ୍ୟ ସେବନ କରି ପାରିବେ। ଏହାଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବାରେ ଲାଗିବ। ତେଣୁ ଶୁସ୍ଥ ରହିବା ପାଇଁ ସମସ୍ତଙ୍କୁ ପିଜୁଳି ଅଥବ ପିଜୁଳି ରସ ଖାଇବାର ଆବଶ୍ୟକ ରହିଛି ।