ଓଡ଼ିଶା 365 (ବ୍ୟୁରୋ): ଜନ୍ମ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ମଣିଷ ଜୀବନ ପାଣି ଫୋଟକା ସଦୃଶ୍ୟ । କଥାରେ ଅଛି ‘ଆସିଛେ ଏକା ଯିବା ବି ଏକା’ । ଭଗବାନଙ୍କର ବଡ଼ ବିଚିତ୍ର ଲିଳା । ଛୁଆ ଜନ୍ମ ହେବା ସମୟରେ ପରିବାରର ପ୍ରତ୍ୟେକ ବ୍ୟକ୍ତି ଖୁସି ହୋଇଥିବାବେଳେ ଶିଶୁଟି କାନ୍ଦିଥାଏ । ହେଲେ ମୃତ୍ୟୁ ସମୟରେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳେ । ମଣିଷ ମୃତ୍ୟୁ ପରେ ତାର ଶେଷ ସଂସ୍କାର ବା ଅନ୍ତିମ ସଂସ୍କାର କରାଯାଇଥାଏ । ଯେଉଁଥି ଧନ, ସମ୍ପତ୍ତି, ଲୋଭ,ମାୟା, ମୋହ କିଛି ନଥାଏ । ମାତ୍ର ଛଅ ଖଣ୍ଡ କାଠରେ ଆମ ଶରୀର ସବୁଦିନ ପାଇଁ ମାଟିରେ ମିଶିଯାଇଥାଏ । ବିଶ୍ୱାସ ରହିଛି ଯେ, ଶେଷ ସଂସ୍କାର ଦ୍ୱାରା ମଣିଷର ଆତ୍ମା ଶାନ୍ତି ପାଇଥାଏା ହେଲେ ଆପଣ ଜାଣନ୍ତି କି, କେହି ମରିଗଲେ ସେହି ଲୋକର ବନ୍ଧୁ ପରିଜନ ସସସ୍ତ ପୁରୁଷ ମଶାଣି ଯାଇଥାନ୍ତି ଶବ ସଂସ୍କାର କରିବା ପାଇଁ ହେଲେ ହିନ୍ଦୁ ଧର୍ମରେ ମହିଳା ମାନେ ମଶାଣି ଯାଇନଥାନ୍ତି । ଏଠି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ମହିଳା ମାନେ କାହିଁକି ମଶାଣି ଯାଆନ୍ତି ନାହିଁ ? କ’ଣ ରହିଛି ଏହା ପଛର ରହସ୍ୟ? ଆସନ୍ତୁ ଜାଣିବା…
ଗରୁଡ ପୁରାଣ ଅନୁଯାଇ ମୃତ୍ୟୁ ପରେ ପୁରୁଷ ମାନେ ଶବ ଦାହ ପାଇଁ ଶବକୁ ନେଇଯାଇଥିବା ବେଳେ ସମ୍ପୂର୍ଣ୍ଣ ଘରକୁ ପରିଷ୍କାର ବା ଶୁଦ୍ଧି କରାଯାଇଥାଏ ଯାହାଦ୍ୱାରା ଘରେ କୌଣସି ନକାରାତ୍ମକ ଶକ୍ତି ରହିନଥାଏ ଏବଂ କୁହାଯାଏ କି ମହିଳାମାନଙ୍କ ଠାରେ ମୃତ ବ୍ୟକ୍ତିର ଆତ୍ମା ପ୍ରବେଶ କରିଥାଏ ଯଦିଓ ଏହାର କୌଣସି ସତ୍ୟତା ନାହିଁ , ଆମେ ସମସ୍ତେ ଜାଣିଛେ ଯେ, ମହିଳା ମାନଙ୍କ ହୃଦୟ ଅତ୍ୟନ୍ତ ନରମ ଓ କୋମଳ ହୋଇଥାଏ । ସେମାନେ ନିଜର ପରିଜନ ଲୋକଙ୍କୁ ସମ୍ପୂର୍ଣ୍ଣ ଜଳିଯିବାର ଦେଖିପାରିନଥାନ୍ତି ଯାହାଫଳରେ ସେମାନେ ଜୋରରେ କାନ୍ଦିଥାନ୍ତି । ଯାହାଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇନଥାଏ । ଏହାଛଡା ଯେଉଁମାନେ ମଶାଣି ଯାଇଥାନ୍ତି ଶବଦାହ ପାଇଁ ସେମାନେ ଲଣ୍ଡା ହୋଇଥାନ୍ତି ଯାହାକି ମହିଳାଙ୍କୁ ଶୋଭା ପାଇନଥାଏ । ସେଥିପାଇଁ ମହିଳାଙ୍କୁ ମଶାଣି ମନା କରାଯାଇଥାଏ ।