ଓଡ଼ିଶା 365:(ବ୍ୟୁରୋ) ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଥ ଆଫ୍ରିକା ଅଧ୍ୟକ୍ଷତାରେ ଏଥର ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବ । ଏଥିରେ ବ୍ରାଜିଲ, ଋଷିଆ, ଚାଇନା, ଭାରତର ରାଷ୍ଟ୍ରମୁଖ୍ୟ ଯୋଗଦେବେ । ତେବେ ଏହି ସମ୍ମିଳନିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ । ଏହି ସମ୍ମିଳନୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ଅର୍ଥନୈତିକ ସହଯୋଗ, ଖାଦ୍ୟ ନିରାପତ୍ତା, ଆତଙ୍କବାଦ ଏବଂ ବ୍ରିକ୍ସ ବିସ୍ତାର ଭଳି ପ୍ରସଙ୍ଗରେ ଆଲୋଚନା ହେବ । ୨୦୧୯ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବ୍ୟକ୍ତିଗତ ବ୍ରିକ୍ସ ସମ୍ମିଳନୀ ହେବ। ବ୍ରିକ୍ସ ସମ୍ମିଳନୀ ଶେଷ କରି ୨୫ ତାରିଖ ବେଳକୁ ମୋଦି ଗ୍ରୀସ ଗସ୍ତ କାର୍ଯ୍ୟକ୍ରମ ରହିଛି । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ ବୋଲି ଜଣାପଡି଼ଛି ।