ଓଡ଼ିଶା 365 (ବ୍ୟୁରୋ) : ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଟାଙ୍ଗରପାଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମା’ ପୁଅଙ୍କ ଝୁଲନ୍ତା ମୃତଦେହ। ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଘର ଭିତରୁ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମା’ ହେଉଛନ୍ତି ଜୋସ୍ନାରାଣୀ ଦାସ ଓ ପୁଅ ସୁଧିର ପଣ୍ଡା ବୋଲି ଜଣାପଡ଼ିଛି।
ଘରେ କେହି ନଥିବାବେଳେ ଦୁହେଁ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡ଼ିଛି। ମୃତ ଜୋସ୍ନାରାଣୀ ଦାସ ଜଣେ ଶିକ୍ଷୟିତ୍ରୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛି।