ଓଡ଼ିଶା 365 (ବ୍ୟୁରୋ): ବର୍ଷାଦିନ ସମସ୍ତଙ୍କର ପସନ୍ଦ । ବର୍ଷା ଆସିଲେ ମନ ଖୁସି ହେବାସହ ଇନ୍ଦ୍ରଧନୁର ସାତୋଟି ରଙ୍ଗ ଦେଖିବା ପାଇଁ ଆଖି ଖୋଜିବୁଲୁଥାଏ । ବର୍ଷାପରେ ବାୟୁରେ ଥୀବା ପାଣି ଖରାର ସଂଯୋଗରେ ଆସିଲେ ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ। ଏଥିରେ ବାଇଗଣି, ଘନନୀଳ,ନୀଳ,ସବୁଜ, ହଳଦିଆ, ନାରଙ୍ଗୀ, ଲାଲ ରଙ୍ଗ ଦେଖିବାକୁ ମିଳିଥାଏ । ହେଲେ ଆପଣ ଜାଣନ୍ତି କି , ଇନ୍ଦ୍ରଧନୁର ସାତୋଟି ରଙ୍ଗ ଭିତରେ କାହିଁକି କଳା, ଧଳା ଓ ଧୂସର ରଙ୍ଗ ଦେଖିବାକୁ ମିଳିନଥାଏ । କଣ ରହିଛି ରହସ୍ୟ? ଆସନ୍ତୁ ଜାଣିବା ।
ସୂର୍ୟ୍ୟଙ୍କଠୁ ଆସୁଥିବା ଧଳା ରଶ୍ମି ଯାହାକି ବିଭିନ୍ନ ରଙ୍ଗକୁ ନେଇ ବନିଥାଏ ତାହା ଯେବେ ପାଣି ସଂସ୍ପଶରେ ଆସେ ସେଥିରୁ ସାତୋଟି ରଙ୍ଗ ଦୃଶ୍ୟମାନ ହୋଇଥାଏ। ଇନ୍ଦ୍ରଧନୁରେ ଥିବା ଏହି ସାତୋଟି ରଙ୍ଗର ୱେବଲେନ୍ଥ ସମାନ ନଥାଏ। ଇନ୍ଦ୍ରଧନୁରେ ସବୁଠୁ ଛୋଟ ୱେବଲେନ୍ଥ ବାଇଗଣି ରଙ୍ଗ ଥିବାବେଳେ ଲାଲର ୱେବଲେନ୍ଥ ସବୁଠୁ ବଡ ରହିଥାଏ। ଧଳା ରଙ୍ଗର ରଶ୍ମି ଯେବେ ପାଣି ବୁନ୍ଦାର ସଂସ୍ପର୍ଶରେ ଆସି ରିଫ୍ରେକ୍ସନ ହୋଇ ସାତୋଟି ରଙ୍ଗରେ ବିଭାଜିତ ହୋଇଥାଏ। ସମସ୍ତେ ଜାଣନ୍ତି ଯେ, ଦୁଇଟି ରଙ୍ଗର ମିଶ୍ରଣରେ ଏକ ନୂତନ ରଙ୍ଗ ସୃଷ୍ଟି ହୋଇଥାଏ। ଉଦାହରଣ ସବୁଜ ଓ ଲାଲ ରଙ୍ଗର ମିଶ୍ରଣ ଫଳରେ ଧୂସର ରଙ୍ଗ ସୃଷ୍ଟି ହୋଇଥାଏ । ହେଲେ ଏହି ଦୁଇଟି ରଙ୍ଗ ଇନ୍ଦ୍ରଧନୁରେ ବହୁତ ବ୍ୟବଧାନରେ ଥିବା ଦେଖିବାକୁ ମିଳେ । ଯାହାଫଳରେ ଇନ୍ଦ୍ରଧନୁରେ ଧୂସର ରଙ୍ଗ ଦେଖିବାକୁ ମିଳିନଥାଏ।
ଅନ୍ୟପଟେ କଳା ରଙ୍ଗ ଅନ୍ଧକାରର ପ୍ରତିକ। ଅନ୍ଧକାରରେ ହିଁ କଳା ରଙ୍ଗ ଦେଖିବାକୁ ମିଳେ ହେଲେ ଇନ୍ଦ୍ରଧନୁ ବିନା ଆଲୋକରେ ସୃଷ୍ଟି ହେବା ଅସମ୍ଭବ। ଧଳା ରଙ୍ଗ ସୂର୍ୟ୍ୟଙ୍କ ରଶ୍ମି ଅଟେ ଯାହା ପାଣି ସଂସ୍ପର୍ଶରେ ଆସି ସାତୋଟି ରଙ୍ଗ ସୃଷ୍ଟି ହୋଇଥାଏ। ଯାହାଫଳରେ ଇନ୍ଦ୍ରଧନୁରେ କଳା, ଧଳା ଓ ଧୂସର ରଙ୍ଗ ଦେଖିବାକୁ ମିଳିନଥାଏ।