ଓଡ଼ିଶା 365 (ବ୍ୟୁରୋ) : ପୋଲିସକୁ ମାଡ଼ମାରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ। ତେବେ ଦୁର୍ବୁତ୍ତଙ୍କ ମାଡ଼ରେ ପୋଲିସ ଅଧିକାରୀଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ବାଲିଛନ୍ଦା ଘାଟ ଘରୁ ଧରି ଅଟୋରେ ଫେରୁଥିଲେ । ଏତିକିବେଳେ ବାଟରେ ଅଭିଯୁକ୍ତର ପରିବାର ଲୋକେ ପୋଲିସକୁ ଆକ୍ରମଣ କରିଥିଲେ । ଏବଂ ଅଭିଯୁକ୍ତ ବଂଶୀଧରକୁ ଛଡ଼ାଇ ନେଇଥିଲେ । ଆକ୍ରମଣରେ ଅନନ୍ତପୁର ଫାଣ୍ଡି କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସିଂଙ୍କ ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ଫାଣ୍ଡି ସବ୍ ଇନ୍ସପେକ୍ଟର ଅଶୋକ ମହାନ୍ତିଙ୍କ ମୋବାଇଲକୁ ଛଡାଇ ନେଇଛନ୍ତି । ଆହତ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।