ଓଡ଼ିଶା 365 (ବ୍ୟୁରୋ): ଜଳ ହିଁ ଜୀବନ । ଜଳ ବିନା ଜୀବନ ଜିଇଁବା ଅସମ୍ଭବ । ଶରୀର ପାଇଁ ପ୍ରତି ମୁହୁର୍ତ୍ତରେ ଜଳର ଆବଶ୍ୟକତା ରହିଛି । କଥାରେ ଅଛି ଜଳ ବିହୁନେ ସର୍ବନାଶ , ଜଳ ବହୁଳେ ସର୍ବନାଶ । ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଭାଗ ଜଳପୂର୍ଣ୍ଣ ଅଟେ । ଜଳ ମଧୁର ଅଟେ । ଏଇ ମଧୁର ପାଣି ଟୋପାକ ଆମ ଜୀବନ ଦୀପକୁ ଉଜ୍ଜିବିତ କରିଥାଏ । ହେଲେ ଆପଣ ଜାଣନ୍ତି କି , ନଦୀ, ବରଫ ଏବଂ ବର୍ଷା ଦ୍ବାରା ମିଳୁଥିବା ପାଣି ପିଇବା ଯୋଗ୍ୟ ହୋଇଥିବାବେଳେ, ପୃଥିବୀରେ ଥିବା ଜଳ ମଧ୍ୟରୁ ୯୭ ପାଣି କ୍ଷାର ମିଶ୍ରିତ କିମ୍ବା ଲବଣାକ୍ତ ହୋଇଥାଏ ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ନଦୀ ଏବଂ ହ୍ରଦର ପାଣି କ୍ଷାର ହୋଇନଥିବାବେଳେ ସମୁଦ୍ର ପାଣି କାହିଁକି ଲୁଣିଆ । ଏହାର ପ୍ରଥମ କାରଣ ହେଉଛି , ବର୍ଷା ହେଲେ ପାଣି ମାଟିରେ ପଡି ପଥର ଦେଇ ପ୍ରବାହିତ ହୋଇଥାଏ। ପାଣି ପଥର ଦେଇପ୍ରବାହିତ ହେବାବେଳେ ପଥର ଉପରେ ରହିଥିବା ଲବଣାକ୍ତ ଆସ୍ତରଣ ସଂସ୍ପର୍ଶରେ ଆସିଥାଏ । କେବଳ ଲବଣାକ୍ତ ଆସ୍ତରଣ ନୁହେଁ, ଏଥିରେ ଅନ୍ୟ ମିନେରାଲ ମଧ୍ୟ ମିଶିଯାଇଥାଏ ଏହି ସବୁ ଲବଣାକ୍ତ ସମୁଦ୍ରରେ ଯାଇ ରହିଥାଏ, ଯେତେବେଳେ ସମୁଦ୍ରର ପାଣି ବାଷ୍ପୀକରଣ ହୋଇଥାଏ । ଯାହା ଫଳରେ ବାଦଲ ସୃଷ୍ଟି ହୋଇଥାଏ । ସେତେବେଳେ ସମସ୍ତ ଲବଣାକ୍ତ ଯାଇ ଆସ୍ତରଣ ହୋଇ ରହିଯାଇଥାଏ ଏବଂ ଧୀରେ ଧୀରେ ସମୟକ୍ରମେ ଏକତ୍ରିତ ହୋଇଥାଏ, ଯାହା ଫଳରେ ସମୁଦ୍ରର ପାଣି ଲୁଣିଆ ହୋଇଥାଏ। ଏହାସହ ସମୂଦ୍ର ତଳେ ରାସାୟନିକ ବିଘଟନ କାରଣରୁ ଏକ କ୍ଷାରାକ୍ତ ଆସ୍ତରଣ ବରାବର ସୃଷ୍ଟି ହେଉଥାଏ । ଯାହା ସମୁଦ୍ରପାଣିକୁ ଲୁଣିଆ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।