ଓଡ଼ିଶା 365 (ବ୍ୟୁରୋ) : ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିବା ବେଳେ ସତର୍କ ରୁହ । ଯଦି କିଛି ଅପମାନଜନକ ପୋଷ୍ଟ କରୁଛନ୍ତି ତାପାତା ତା’ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ସୋସିଆଲ ମିଡ଼ିଆରେ ପମାନଜନକ ପୋଷ୍ଟକୁ ନେଇ ଏଭଳି ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ କୋର୍ଟ । ଏକ ମାମାଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୂଚନା ଅନୁସାରେ, ୨୦୧୮ରେ ମହିଳା ସାମ୍ବାଦିକଙ୍କ ପ୍ରତି ଫେସ୍ବୁକ୍ରେ ଅପମାନଜନକ ପୋଷ୍ଟ କରିଥିଲେ ଅଭିନେତା ତଥା ପୂର୍ବତନ ତାମିଲନାଡ଼ୁ ବିଧାୟକ ଏସ୍ ଭେ ଶେଖର । ପରେ ମାମଲା ସୁପ୍ରିମ୍କୋର୍ଟରେ ପହଂଚିଥିଲା । ମାମସାର ଶୁଣାଣିକରି ଏଭଳି ରାୟ ଦେଇଛନ୍ତି ସୁପ୍ରିମ୍କୋର୍ଟ ।
ଜଷ୍ଟିସ୍ ବିଆର୍ ଗୱାଇ ଓ ପିକେ ମିଶ୍ରଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ଜୁଲାଇ ୧୪ ଆଦେଶ ବିରୋଧରେ ଶେଖରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ ଶେଖରଙ୍କ ବିରୋଧରେ ଆପରାଧିକ ମାମଲା ଜାରି ରଖିବା ପାଇଁ ଆଦେଶ ଦେଇଥିଲେ। ଖଣ୍ଡପୀଠ କହିଲେ ଯେ, ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କଲାବେଳେ ଏହାର ପ୍ରଭାବ ଓ ପ୍ରସାର ପ୍ରତି ସାବଧାନ ରହିବା ଉଚିତ।କୋର୍ଟ କହିଥିଲେ ଯେ, ଯଦି ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକୁ ଆବଶ୍ୟକ ମଣୁଥାନ୍ତି, ତେବେ ଏହାର ପରିଣାମ ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ ।