ଓଡ଼ିଶା 365 (ବ୍ୟୁରୋ): ବ୍ୟାଙ୍କ ଋଣ ସୁଝିପାରୁନାହାନ୍ତି ବଲିଉଡ୍ ଅଭିନେତା ସନ୍ନି ଦେୱଲ । ରିଲ୍ ଲାଇଫରେ ହିରୋ ହେଇଥିବାବେଳେ ରିୟଲ୍ ଲାଇଫ୍ରେ ଋଣରେ ବୁଡି ରହିଛନ୍ତି ସନ୍ନି । ଦିନକୁ ଦିନ ସନ୍ନିଙ୍କ ଋଣ ଭାର ବଢ଼ିବାରେ ଲାଗିଛି । ସନ୍ନି ଦେୱଲ ଜୁହୁରେ ଥିବା ବଙ୍ଗଳା ପାଇଁ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ । ୫୫କୋଟି ୯୯ଲକ୍ଷ ୮୦ହଜାର ଟଙ୍କାର ଋଣ ନେଇଥିଲେ ସନ୍ନି । ସେ ନିଜେ ଏଥିରେ ଗ୍ୟାରେଣ୍ଟର ଥିଲେ । ସନି ଦେଓଲ ଏହି ବଙ୍ଗଳାରେ ନିଜର ଅଫିସ ଚଳାଇଥିଲେ । ୮୦ଦଶକରେ ବଙ୍ଗଳାଟି ତିଆରି ହୋଇଛି । ଋଣ ପରିଶୋଧ କରିପାରିନଥିବାରୁ ସନ୍ନିଙ୍କ ବଙ୍ଗଳା ନିଲାମ ହେବାକୁ ନୋଟିସ ଜାରି ହୋଇଥିଲା ।
ସେପଟେ ଗତକାଲି କମ୍ପ୍ୟୁଟର୍ଜନିତ ତ୍ରୁଟି ବା ‘ଟେକ୍ ଗ୍ଲିଚ୍’ ଯୋଗୁଁ ଅଭିନେତାଙ୍କ ଜୁହୁସ୍ଥିତ ବଙ୍ଗଳା ବା ଭିଲ୍ଲା ‘ଇ-ଅକ୍ସନ୍’ ତାଲିକାଭୁକ୍ତ ହୋଇଥିବା ଦର୍ଶାଇ ବ୍ୟାଙ୍କ୍ ଅଫ୍ ବରୋଦା ତାହାକୁ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ବୈଷୟିକ ତ୍ରୁଟି କାରଣରୁ ସନ୍ନି ଦେଓଲ୍ଙ୍କ ଭିଲ୍ଲା ନିଲାମ ନୋଟିସ୍ ପ୍ରତ୍ୟାହାର କରାଯାଇଛି । ତେବେ ପ୍ରଥମ ନିଲାମ ନୋଟିସ ପ୍ରକାଶିତ ହେବା ପରେ ସନ୍ନି ଙ୍କ ଟିମ୍ କହିଥିଲା ଯେ, ଏଥିରେ ଯେଉଁ ପରିମାଣର ଅର୍ଥରାଶି ଉଲ୍ଲେଖ କରାଯାଇଛି ତାହା ସଠିକ୍ ନୁହେଁ। ବାକି ଅର୍ଥ ସନ୍ନି ଦିନେ ଦୁଇ ଦିନ ମଧ୍ୟରେ ପରିଶୋଧ କରିଦେବେ।