ଓଡ଼ିଶା 365 (ବ୍ୟୁରୋ): ଶ୍ରାବଣ ମାସର ତୃତୀୟ ସୋମବାର ତଥା ନାଗ ପଞ୍ଚମୀ ଥିବାରୁ ମହାଦେବଙ୍କୁ ଜଳଲାଗି ପାଇଁ ଯାଉଥିଲେ କାଉଡ଼ିଆ। ଅଧାରେ ରହିଲା ମହାଦେବଙ୍କୁ ଜଳଲାଗି। ବାଟରେ ଯାଉଥିବା ବେଳେ ମାଡ଼ିଗଲା ଦୃତଗାମୀ କାର୍। ଫଳରେ ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ର୍ଘଟଣା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ ଏବଂ ଭେଜିପୁଟ ମଝି ରାସ୍ତାରେ। ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା(୩୨) ଓ ଅନିତା କୁମାରୀ ଜେନା(୩୮)। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। ପରେ କାର୍ଟି ବିଲ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।