ଓଡ଼ିଶା 365:(ବ୍ୟୁରୋ) ଗୋଟିଏ ପରେ ଗୋଟିଏ ପାଦ ଆଗଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ ଆସନ୍ତା ୨୩ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତ ହେଉଛି। ଏହି ମିସନର ଦ୍ୱିତୀୟ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂଚନା ଦେଇଛି । ଇସ୍ରୋର ସୂଚନା ଅନୁସାରେ, ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ ରେ ସଫଳତାର ସହିତ ଏଲ୍ଏମ୍ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଯାଇଛି। ଅଗଷ୍ଟ ୨୩ ଅପରାହ୍ଣ ପ୍ରାୟ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଇସ୍ରୋ କହିଛି ।