ଓଡ଼ିଶା 365 (ବ୍ୟୁରୋ): ଭେଣ୍ଡି ବା ଇଂରାଜୀରେ ଯାହାକୁ କୁହନ୍ତି ଲେଡି ଫିଙ୍ଗର । ଭେଣ୍ଡି ଏକ ଏପରି ପରିବା ଯାହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି । ଭେଣ୍ଡିକୁ ଆପଣ କେବଳ ଖାଇବା ନୁହେଁ କେଶ ନଝଡିବା ପାଇଁ ମଧ୍ୟ ବ୍ୟବହାର କରନ୍ତୁ। ଭେଣ୍ଡିକୁ ଛୋଟ ଛୋଟ ଟୁକୁରା କରି କାଟି ପାଣିରେ ସିଝାଇ ଲେମ୍ବୁ ଚିପୁଡି ରଖି ଦିଅନ୍ତୁ। କିଛି ସମୟ ପରେ ପାଣିକୁ ଚୁଟିରେ ଲଗାଇ ରଖନ୍ତୁ ଓ ଚୁଟି ବତୁରି ଯିବା ପରେ ଧୋଇ ଦେଖନ୍ତୁ ଶାମ୍ପୋବି ଏମତି ଚକ୍ ଚକ୍ କରିବନି ଯେମିତି ଭେଣ୍ଡି ଆପଣଙ୍କ କେଶକୁ ନରମ, କୋମଳ ଓ ଚକ୍ ଚକ୍ କରିବ। ସେହିପରି କିଛି ଭେଣ୍ଡିକୁ ପାଣିରେ ବତୁରାଇ ବାଟି ପେଷ୍ଟ କରିଦିଅନ୍ତୁ।
ଶରୀରର ଯେଉଁ ଅଙ୍ଗ ସବୁ କଳା ପଡିଯାଉଛି ସେହି ସବୁ ଅଙ୍ଗରେ ଲେପ ଦେଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କଲେ ଆପଣଙ୍କ ତ୍ୱଚାବି ଉଜ୍ୱଳ ହେବ। ତେବେ ଭେଣ୍ଡିକୁ ଆମେ ନିଶ୍ଟିତ ଭାବେ ଏକ ଭଲ ପରିବା କହି ପାରିବା ତେବେତ ଅନେକ ଲୋକ ଅଛନ୍ତି ଯିଏ କି ଭେଣ୍ଡି ପରିବା ଖାଇବାକୁ ନା ପସନ୍ଦ କରିଥାନ୍ତି, ଆଉ କେହି କେହି ତାକୁ କଞ୍ଚା ଖାଇଥାନ୍ତି ।
ତେବେତ ଭେଣ୍ଡି ଶରୀର ପାଇଁ ଏକ ମୂଲ୍ୟବାନ ପରିବା । କାରଣ ଏଥିରେ ପ୍ରଚୁର ପରିମାଣରେ ପଟାସିୟମ ଓ ଫାଇବର ଭରି ରହିଥାଏ। ଯାହା ରକ୍ତରେ କୋଲଷ୍ଟ୍ରଲ ମାତ୍ରା ହ୍ରାସରେ କରାଇବାରେ ସହାୟକ ହୋଇଥାଏ। ତେବେ ଭେଣ୍ଡିର ଗୁଣ କେବଳ ଏତିକି ନୁହେଁ ବରଂ ଭେଣ୍ଡିର ଅନେକ ଗୁଣ ରହିଛି ଯାହା ଆପଣଙ୍କୁ ନିରୋଗୀ ରଖିବାରେ ଶହାୟକ ହୋଇଥାଏ ।
ମଧୁମେହ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଔଷଧ ଭଳି କାମ କରିଥାଏ। ଏଥିରେ ଥିବା ଫାଇବର ଓ ୟୁନୋନାଲ ରକ୍ତରେ ସର୍କରାର ପରିମାଣ ହ୍ରାସ କରେ। ଏଣୁ ଭେଣ୍ଡି ମଧୁମେହ ରୋଗୀଙ୍କ ଲାଗି ଏକ ଦରକାରୀ ପରିବା ନିଶ୍ଟିତ। କେବଳ ମଧୁମେହ ନୁହେଁ କର୍କଟ ରୋଗ ନିରାକରଣରେ ବି ବେଶ୍ ଉପଯୋଗୀ। ଭେଣ୍ଡିରେ ଥିବା ଗୁଣକାରୀ ତତ୍ୱ ଅନ୍ତନାଳିରେ ହେଉଥିବା କଲୋନ କ୍ୟାନସର ରୋକିବାରେ ସହାୟକ ହୁଏ। ଖାଲି ସେତିକି ନୁହେଁ ଭେଣ୍ଡି ଦୃଷ୍ଟିଶକ୍ତି ବୃଦ୍ଧିରେ ବି ସହାୟକ ହୋଇଥାଏ। ଏହି ପରିବାରେ ଥିବା ପ୍ରଚୁର ପରିମାଣରେ ଭିଟାମିନ-ଏ, ଭିଟା କେରୋଟିନ ଓ ଆଣ୍ଟିଅକ୍ସିଡେଣ୍ଟ ଆଖିର ଦୃଷ୍ଟି ଶକ୍ତି ବଢାଇବା ସହ ନେତ୍ର ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତ ରଖିଥାଏ। ଏଣୁ ସମସ୍ତଙ୍କ ପାଇଁ ଭେଣ୍ଡି ପରିବା ଖାଇବାର ଆବଶ୍ୟକତା ରହିଛି।