ଓଡ଼ିଶା 365:(ବ୍ୟୁରୋ) କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍-୨୦୨୩ ଓ ସମନ୍ୱିତ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍- ୨୦୨୩କୁ ସମ୍ମତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ବିଲ ସଂସଦର ମୌସୁମୀ ଅଧିବେସନରେ ଗୃହୀତ ହୋଇଥିଲା । ୨୦୧୭ର କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ଆଇନ ସ୍ଥାନରେ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବିଲ୍- ୨୦୨୩’ ଲାଗୁ ହେବ ।
ସେହିଭଳି ସମନ୍ୱିତ ସାମଗ୍ରୀ ଓ ସେବା କର ସଂଶୋଧନ ବିଲ୍-୨୦୨୩’, ୨୦୧୭ର ସମନ୍ୱିତ ସାମଗ୍ରୀ ଓ ସେବାକର ଆଇନରେ ସଂଶୋଧନ ଆଣିବ ।କେନ୍ଦ୍ରୀୟ ସାମଗ୍ରୀ ଓ ସେବାକର ସଂଶୋଧନ ବିଲ୍-୨୦୨୩ ଅନ୍ଲାଇନ୍ ଗେମିଙ୍ଗ୍, ଅନ୍ଲାଇନ୍ ମନି ଗେମିଙ୍ଗ୍, ଓ ଭର୍ଚୁଆଲ ଡିଜିଟାଲ ଆସେଟ୍ସ ର ସଂଜ୍ଞା ନିର୍ଦ୍ଧାରଣ କରିଛି। ବିଲ୍ର ନିୟମାନୁସାରେ ଅନଲାଇନ୍ ଗେମିଙ୍ଗ୍ ଅର୍ଥ ହେଉଛି ଇଣ୍ଟରନେଟ୍ରେ ଏକ ଗେମ୍ ଯୋଗାଇବା । ସମନ୍ୱିତ ସାମଗ୍ରୀ ଓ ସେବାକର ଆଇନ ୨୦୨୩ରେ ଅନଲାଇନ୍ ମନି ଗେମିଙ୍ଗ୍କୁ ଅନ୍ଲାଇନ୍ ଇନ୍ଫର୍ମେସନ୍ ଆଣ୍ଡ୍ ଡାଟା ଆକ୍ସେସ୍ ର ସଂଜ୍ଞା ମଧ୍ୟରୁ ପୃଥକ କରୁଛି ।