ଓଡ଼ିଶା 365 (ବ୍ୟୁରୋ): ଧସିଲା ବୈତରଣୀର ୨୦୦ ଫୁଟ୍ର ବନ୍ଧ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ ବଳରାମପୁର ଠାରେ ଧସି ପଡ଼ିଛି ବନ୍ଧ। ଲଗାଣ ବର୍ଷକୁ ବୈତରଣୀରେ ବନ୍ୟା ଆସିବାରୁ ବନ୍ଧରୁ ଅତଡ଼ା ଖସୁଥିବା ଦେଖିବାକୁ ମିଳିଛି। ଫଳରେ ଅଂଚଳବାସୀଙ୍କ ଛାତିରେ ଛନକା ପଶିଛି।
ତେବେ ବନ୍ଧ ମରାମତି କାର୍ଯ୍ୟ ଜଳସମ୍ପଦ ବିଭାଗ ଆରମ୍ଭ କରିଥିଲେ ହେଁ ଲଗାଣ ବର୍ଷା ଜାରି ରହିଥିବାରୁ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାରି ଭିତରେ ବୈତରଣୀର ଉପର ମୁଣ୍ଡରେ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଜଳ ଧସିଥିବା ସ୍ଥାନରେ ପହଁଚିଯାଇଛି। ଯେଉଁଥି ପାଇଁ ଭୟଭିତ ଅଛନ୍ତି ଅଂଚଳବାସୀ। ବୈତରଣୀ ବନ୍ଧ ପ୍ରାୟ ୧ କିଲୋମିଟର ଫାଟି ଆଁ କରିଛି। ଆଜି ୨୦୦ ମିଟର ଧସିଯିବା ସହ ୧ କିଲୋମିଟର ବନ୍ଧ ଫାଟି ଆଁ କରିଛି। ବିପଦ ସଂକୁଳ ଉପରେ ପ୍ରଭାବିତ ହେଉଛି ବୈତରଣୀ। ୧୭.୮୩ ମିଟର ବିପଦ ସଂକେତ ଥିବାବେଳେ ଦିନ ୧୨ଟା ସୁଦ୍ଧା ୧୭.୯୦ରେ ପ୍ରବାହିତ ହେଉଛି।