ଓଡ଼ିଶା 365:(ବ୍ୟୁରୋ) ଦେଶରେ ଜନଧନ ଆକାଉଣ୍ଟ ଧାରିଙ୍କ ସଂଖ୍ୟା ୫୦ କୋଟି ପାର କରିଛି । ଜନ ଧନ ଆକାଉଣ୍ଟରେ ୫୬ ପ୍ରତିଶତ ଖାତା ମହିଳା ମାନଙ୍କର ହୋଇଥିବା ଜଣାପଡିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ମୋଦି କହିଛନ୍ତି, ଅଧାରୁ ଅଧିକ ଜନଧନ ଖାତା ଦେଶର ନାରୀ ଶକ୍ତିଙ୍କ ନାଁରେ ରହିଥିବାରୁ ବହୁତ ଖୁସି ଲାଗୁଛି । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମହିଳାମାନେ ଶତକଡ଼ା ୫୬ ଭାଗ ଜମାଖାତା ଖୋଲିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗ୍ରାମାଞ୍ଚଳ ଓ ଛୋଟଛୋଟ ସହରରେ ଶତକଡ଼ା ୬୭ ଭାଗ ଜମାଖାତା ଖୋଲାଯାଇଥିବାରୁ ଆର୍ଥିକ ସହାୟତା ଦେଶର ପ୍ରତି କୋଣ ଅନୁକୋଣରେ ପହଞ୍ଚିବ ବୋଲି ସେ କହିଛନ୍ତି ।