ଓଡ଼ିଶା 365:(ବ୍ୟୁରୋ) ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ପହଂଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ନିଜେ ଘଣ୍ଟି ବଜାଇ ଆରତୀ ମଧ୍ୟ କରିଛନ୍ତି ।
ଏହି ସମୟରେ ସେ ଶ୍ରୀରାମ ଜନ୍ମଭୂମି ପରିସରରେ ପହଞ୍ଚି ଭଗବାନ ରାମଲଲାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଠିକ୍ ୧୧ଟାରେ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ । ସିଏମ ଯୋଗୀଙ୍କ ହେଲିକପ୍ଟର ରାମକଥା ପାର୍କ ହେଲିପ୍ୟାଡରେ ଅବତରଣ କରିଥିଲା । ଏହାପରେ ସେ ଶ୍ରୀରାମ ଜନ୍ମଭୂମି ପରିସରକୁ ଯାଇଥିଲେ ଏବଂ ଭଗବାନ ରାମଙ୍କୁ ପୂଜା କରିଥିଲେ । ରାମଲଲ୍ଲାଙ୍କୁ ପୂଜାର୍ଚ୍ଚନା କରିବା ପରେ ଯୋଗୀ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ରାମ ମନ୍ଦିର ନିର୍ମାଣକାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ତାଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟର ପ୍ରତ୍ୟେକ ବିବରଣୀ ପ୍ରଦାନ କରିଥିଲେ ।ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ପୁଜ୍ୟ ମହନ୍ତ ଶ୍ରୀ ରାମଚନ୍ଦ୍ର ପରମହଂସ ଦାସ ଜୀ ମହାରାଜଙ୍କ ସମାଧି ସ୍ଥଳ ପରିଦର୍ଶନ କରି ସେଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।