ଓଡ଼ିଶା 365 (ବ୍ୟୁରୋ): ଗଣେଷ ପୂଜା ପାଖେଇ ଆସିଲେ ଆଧୁନିକତାରେ ଆଳରେ ଯୁବପୀଢିମାନେ ଫ୍ୟାସନର ସବୁ ସୀମା ଉଲଂଘନ କରିଥିବା ନଜିର ରହିଛି। କେଉଁଠି ମୂର୍ତ୍ତି ବିକୃତ କରିଥାଆନ୍ତି ତ କେଉଁଠି ଯୋରଜବରଦସ୍ତ ଚାନ୍ଦା ମାଗିଥାଆନ୍ତି। ଏଣୁ ଆଗକୁ ଗଣେଷ ପୂଜା ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚଳିତ ବର୍ଷ ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କି ଚାନ୍ଦା ଓ ବଟି ଆଦାୟ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ୍ ପୁଲିସ। ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରିଛି କମିଶନରେଟ୍ ପୁଲିସ।
ଖବର ଅନୁଯାୟୀ, ଚଳିତ ବର୍ଷର ଗଣେଶ ପୂଜା ପାଇଁ ଗତକାଲି କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍ର ସଦସ୍ୟମାନେ ସାମିଲ ରହିଥିଲେ । ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ । ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍କୁ ବନ୍ଦ କରିବାକୁ କୁହାଯାଇଥିଲା । ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୋଲିସ ନିୟମ କଡ଼ାକଡ଼ି କରିଛି । ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି । ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି ।