ଓଡ଼ିଶା 365:(ବ୍ୟୁରୋ) ଖାଉଟିଙ୍କ ପାଇଁ ଖୁସି ଖବର । ଏଣିକି ୪୦ ଟଙ୍କାରେ ମିଳିବ ଟମାଟୋ । କିଛି ଦିନ ପୂର୍ବରୁ ଚଢା ଦରରେ ବିକ୍ରି ହେଉଥିବା ଟମାଟୋର ଦାମ କମିବ । ରବିବାର ଠାରୁ ଦେଶରେ ୪୦ ଟଙ୍କାରେ ଟମାଟୋ ବିକ୍ରି ହେବ । ଏନେଇ ଏନସିସିଏଫ ଓ ନାଫେଡକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏନସିସିଏଫ ଓ ନାଫେଡକୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦିଲ୍ଲୀ ମଣ୍ଡିରେ ଟମାଟୋ କିଲୋପ୍ରତି ୬୦ ଟଙ୍କା ଦାମରେ ବିକ୍ରି ହେଉଛି । ସେହିପରି ନୋଏଡାରେ ଟମାଟୋ କିଲୋ ୮୦ ଟଙ୍କା ରହିଛି । ରବିବାର ଗ୍ରାହକ ପୂର୍ବ ପରି ଶସ୍ତା ମୂଲ୍ୟରେ ଟମାଟୋ କିଣିବାକୁ ସକ୍ଷମ ହେବେ। କେବଳ ୪୦ ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରୟ କରିବାକୁ ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଯଦି ବର୍ଷା ଜାରି ରହେ ତେବେ ପୁଣିଥରେ ଟମାଟୋ ଦାମ ବଢିପାରେ ବୋଲି ମଣ୍ଡି ବିଶେଷଜ୍ଞ କହିଛନ୍ତି ।