ଓଡ଼ିଶା 365 (ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ଜଙ୍ଗଲରୁ ଠାବ ହେଲା ମାଓ କ୍ୟାମ୍ପ । ଏହି ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ନୂଆପଡ଼ା ପୋଲିସ । ଯେଉଁଥିରେ ୨୮ଟି ଡିଟୋନେଟର, ଏକ-୪୭ ବନ୍ଧୁକ, ମାଓ ପୋଷାକ, ଦେଶୀ ଅସ୍ତ୍ରଶସ୍ତ୍ର, ମେଡିସିନ ସହ ମାଓ ପୁସ୍ତିକା ରହିଛି । ତେବେ ମାଓବାଦୀଙ୍କୁ କାବୁ କରିବାକି ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରଖିଛି ନୂଆପଡ଼ା ପୋଲିସ।
ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ କୌଣସି ସୁତ୍ରରୁ ଖବର ପାଇ ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନ ପାଟଦର୍ହା ଜଙ୍ଗଲରେ କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଘଞ୍ଚ ଜଙ୍ଗଲ ଭିତରେ ଝୋଲାପଡ଼ା ଠାରେ ଏକ ମାଓ କ୍ୟାମ୍ପ ଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ୨୦ରୁ ୨୨ ମାଓବାଦୀ । ସେପଟେ ମାଓବାଦୀ ଛତ୍ରଭଙ୍ଗ ପରେ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ । ଏନେଇ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ନୂଆପଡ଼ା ଏସ୍ପି ଓ ସିଆର୍ପିଏଫ୍ କମାଣ୍ଡାଣ୍ଟ ।