ଓଡ଼ିଶା ୩୬୫ (ବ୍ୟୁରୋ): ରଜନୀକାନ୍ତଙ୍କ ଫିଲ୍ମ ଦେଖିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରୁଛି ୩ଟି ଚଳଚ୍ଚିତ୍ର । ସେହି ଚଳଚ୍ଚିତ୍ର ଗୁଡ଼ିକ ହେଉଛି ‘ଗଦର ୨’, ‘ଓଏମଜି ୨’ ଏବଂ ‘ଜେଲର’ । ତେବ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ଗୁଡ଼ିକ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ରହିଛି। ତାଙ୍କର ସର୍ବଶେଷ ଚଳଚ୍ଚିତ୍ର ‘ଜେଲର’ ୧୦ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ।
ବର୍ତ୍ତମାନ ରଜନୀକାନ୍ତ ଶୁକ୍ରବାର ସନ୍ଧ୍ୟାରେ ଲକ୍ଷ୍ନୌରେ ପହଞ୍ଚିଥିଲେ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏହି ଫିଲ୍ମ ଦେଖିବେ। ଏହା ସହିତ ଫିଲ୍ମର ସଫଳତା ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ରଜନୀକାନ୍ତଙ୍କୁ ପଚରାଯାଇଥିଲା କି କଣ ମୁଖ୍ୟମନ୍ତ୍ରୀ ଫିଲ୍ମ ଦେଖିବେ କି? ଉତ୍ତରରେ କହିଥିଲେ ହଁ ମୁଁ ତାଙ୍କ ସହ ମୋର ଫିଲ୍ମ ଦେଖିବାକୁ ଯାଉଛି। ଏହା ସବୁ ଭଗବାନଙ୍କ ଆଶୀର୍ବାଦ। ଏହାପୂର୍ବରୁ ସେ ରାଞ୍ଚିର ଚିନ୍ନାମସ୍ତା ମନ୍ଦିରରେ ପହଞ୍ଚି ସେଠାରେ ପ୍ରାର୍ଥନା କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ରଜନୀକାନ୍ତ କହିଛନ୍ତି ଯେ ସେ ଦୀର୍ଘ ବର୍ଷ ଧରି ଏହି ମନ୍ଦିର ପରିଦର୍ଶନ କରିବାକୁ ଚିନ୍ତା କରୁଥିଲେ।