ଓଡ଼ିଶା 365 (ବ୍ୟୁରୋ): କ୍ୟାନସରରେ ପୀଡ଼ିତ ଥିଲେ ଅଲିମ୍ପିକ୍ ବିଜେତା ତଥା ଓଡ଼ିଆ ଧାବିକା ଦୂତି ଚାନ୍ଦ । ୪ ବର୍ଷ ପାଇଁ ବାସନ୍ଦ ହେବା ପରେ ତାଙ୍କୁ କ୍ୟାନ୍ସର କଥା କହିଛନ୍ତି ଦୂତୀ । ଦୂତୀଙ୍କ କହିବା କଥା ୨୦୨୧ରେ ସେ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିଲା। ତେଣୁ କ୍ୟାନସର ହୋଇଥିବା ଜାଣିବା ପରେ ସେ ପ୍ରଥମରୁ ହିଁ ଚିକିତ୍ସିତ ହୋଉଥିଲେ।
ତେବେ କର୍କଟ ରୋଗ କୌଣସି ଟିସୁଙ୍କୁ ବ୍ୟାପିନଥିବା କହିଛନ୍ତି ଦୂତୀ । ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ଖେଳ ଛାଡିଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ଔଷଧ ଖାଇବା ପରେ ଯନ୍ତ୍ରଣା କମ ହୋଇଥିଲା । ନିୟମିତ ଚିକିତ୍ସା ପରେ ରୋଗରୁ ଉପଶମ ମିଳିଥିବା କହିଛନ୍ତି ଦୂତୀ । ସେ ଆହୁରି ବି କହିଛନ୍ତି ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ ।