ଓଡ଼ିଶା365(ବ୍ୟୁରୋ): ଯୋଜନା ମାଳମାଳ, ପ୍ରଚାର ବି ବିଶ୍ୱସ୍ତରୀୟ । ବିଜେଡି ସରକାରରେ ଯୋଜନା ଅସୁମାରୀ, ହେଲେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦୁର୍ବଳ। ଆଗକୁ ନିର୍ବାଚନ ଥିବାବେଳେ ନେତ ଠୁ ମନ୍ତ୍ରୀ ଯାଏ ସମସ୍ତେ ଓଡିଶା ସରକାରଙ୍କ ଯୋଜନାର କରୁଛନ୍ତି ଜୟ ଜୟକାର । ମାତ୍ର ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ । ସରକାର ପୂର୍ବରୁ କହିଆସୁଛନ୍ତି, ଲୋକଙ୍କ ହାତ ପାହାନ୍ତାରେ ମିଳିବ ବ୍ୟାଙ୍କ ସେବା, ବରିଷ୍ଠ ନାଗରିକ, ଗର୍ଭବର୍ତ୍ତି ମହିଳା, ଭିନ୍ନକ୍ଷମ ବ୍ୟକ୍ତି ବିଶେଷକରି ଉପକୃତ ହେବେ। ମାତ୍ର କଥା କଥା ଅଟକିଛି ସେବା। ମାତ୍ର ବାସ୍ତବ ତଥ୍ୟ କିଛି ଅଲଗା କଥା କହୁଛି । ବ୍ୟାଙ୍କ ସେବା କ୍ଷେତ୍ରରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ ।
ରାଜ୍ୟରେ ୬୫ ପ୍ରତିଶତ ଅର୍ଥାତ ୪,୩୭୩ ପଞ୍ଚାୟତରେ ବ୍ୟାଙ୍କ ସେବା ଏବେ ବି ଅପହଞ୍ଚ ରହିଛି। ଲୋକମାନେ ବ୍ୟାଙ୍କ ସେବା ପାଇବା ଲାଗି ଅନେକ ସମୟରେ ହନ୍ତସନ୍ତ ହେଉଛନ୍ତି। ମାତ୍ର ୨୩ବର୍ଷ ସରକାରରେ ଏଯାଏ ଶୋଇଥିଲେ କେଉଁଠି, ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ କଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ମୋହର ମଧ୍ୟ ବାଜିଛି । ବ୍ୟାଙ୍କ ବିହୀନ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଖୋଲାଯିବ। ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ମଧ୍ୟ ରହିଛି। ୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏହି କାମରେ ମଧ୍ୟ ସହଯୋଗ କରିବେ। ୪,୩୭୩ ବ୍ୟାଙ୍କବିହୀନ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଯୋଜନା ପର୍ୟ୍ୟାୟକ୍ରମେ କାର୍ୟ୍ୟକାରୀ କରାଯିବ।। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଘର ଯୋଗାଇଦେବେ। ମାତ୍ର କଥା କମ କାମରେ ବିଶ୍ବାସ କରୁଥିବା ସରକାର କେବେ ଲୋକଙ୍କ ମୌଳିକ ସମସ୍ୟା ବୁଝିବେ, ନା ନିର୍ବାଚନ ଆସିଲେ ମନେ ପଡେ ଲୋକଙ୍କ ସମସ୍ୟା କଥା।