ଓଡ଼ିଶା 365 (ବ୍ୟୁରୋ): ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରେ ସେମାନଙ୍କୁ ଠାବ ହେଲେ ନିଖୋଜ ୫ ମତ୍ସ୍ୟଜିବୀ । ଏବେ ସମୁଦ୍ର ଅଶାନ୍ତ ଥିବା ଯୋଗୁଁ କୂଳରେ ପହଞ୍ଚି ପାରିନାହାନ୍ତି । ଶୁକ୍ରବାର ସକାଳେ ଛତ୍ରପୁର ଆର୍ଯ୍ୟପଲ୍ଲୀ ଗାଁର ୧୯ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ଧରୁଥିବାରୁ ଓଡ଼ିଶା ମତ୍ସ୍ୟଜିବୀ ଏହାକୁ ବିରୋଧ କରିଥିଲେ l ଏହାକୁ ନେଇ ସମୁଦ୍ର ମଝିରେ ବଚସା ହୋଇଥିଲା l ପ୍ରଥମେ ୯ ଜଣ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ପରେ ଆଉ ୫ଜଣ ମତ୍ସ୍ୟଜିବୀ ସୁରକ୍ଷିତ ଅବସ୍ଥାରେ ଫେରି ଆସିଥିଲେ ।
ତେବେ ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ସାନ ଆର୍ଯ୍ୟପଲ୍ଲୀର ୫ ମତ୍ସ୍ୟଜୀବୀଙ୍କୁ ଜୋର ଜବରଦସ୍ତ ଟ୍ରଲରରେ ଅପହରଣ କରି ନେଇଥିବା ସେମାନଙ୍କ ପରିବାର ଲୋକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଏହି ଘଟଣା ନେଇ ଟ୍ରଲର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ । ଆଜି ସକାଳୁ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରେ ଅପହୃତ ମତ୍ସ୍ୟଜିବୀଙ୍କୁ ଠାବ କରିଛନ୍ତି ।