ଓଡ଼ିଶା 365 (ବ୍ୟୁରୋ): ଝାଡଖଣ୍ଡ ମାଓ ହାମଲାରେ ସହିଦ ହୋଇଥିବା ଆନନ୍ଦପୁର ମାଟିର ପୁଅ ଶୁଶାନ୍ତ ଖୁଣ୍ଟିଆଙ୍କ ଦେହାନ୍ତ। ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ। ହେଲେ ଦଇବ ସାଜିଲା ଦାଉ । ଅସମୟରେ ପୁଅ ଆରପାରିକୁ ଚାଲିଯିବା ସହିପାରିଲାନି ମା । ଶେଷରେ ସହିଦ ପୁଅକୁ ଝୁରି ଝୁରି ଚିର ନିଦ୍ରାରେ ଶୋଇଗଲେ ସହିଦଙ୍କ ମା’ ।
୯ ଦିନ ତଳେ ଶୁଶାନ୍ତ ଝାଡଖଣ୍ଡ ମାଓ ହାମଲାରେ ସହିଦ ହୋଇଥିଲେ। ସେହି ଦିନଠାରୁ ତାଙ୍କ ମାଆ ଅସୁସ୍ଥ ହୋଇ ପଡ଼ିଥିଲେ। କାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।