ଓଡ଼ିଶା 365 (ବ୍ୟୁରୋ):
ଆପଣ ମାନେ ଜାଣନ୍ତି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅଭିନେତା, ଅଭିନେତ୍ରୀ ମାନେ ନେଇଥାନ୍ତି ଅଧିକ ପରିମାଣରେ ଟଙ୍କା । ଯିଏ ଯେତେ ଲୋକପ୍ରିୟ ସିଏ ସେହି ପରିମାଣରେ ଅର୍ଥ ଦାବି କରିଥାନ୍ତି । ତେବେ ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯାହାର ପାରିଶ୍ରମିକ ମୂଲ୍ୟ ଶୁଣିଲେ ଆପଣବି ଆଶ୍ଟର୍ଯ୍ୟ ହୋଇଯିବେ । ଯଦି ଆମକୁ ସବୁଠୁ ଧନୀ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ପଚରାଯାଏ ତେବେ ଆମେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସବୁଠାରୁ ଧନୀ ବୋଲି ସହଜରେ କହିପାରିବା। ଭାରତୀୟ କଳାକାରମାନେ ଏକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଏବଂ ବେଳେବେଳେ ବଲିଉଡ ଷ୍ଟାରଙ୍କ ପାରିଶ୍ରମିକ ହଲିଉଡର ବଡ ତାରକାଙ୍କଠୁ ମଧ୍ୟ ଅଧିକ ଥାଏ।
ଶାହରୁଖ ଖାନଙ୍କ ନାମ ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଆସିଥାଏ। ହେଲେ ଆପଣ ଜାଣନ୍ତି କି ସବୁଠୁ ଧନୀ ଅଭିନେତ୍ରୀ କିଏ ? ଏବେ ଜାଣନ୍ତୁ ।
ଏସିଆ ମହାଦେଶ କଥା କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କଠାରୁ ଯେଉଁ ଅଭିନେତ୍ରୀ ଅଧିକ ପାରିଶ୍ରମିକ ନିଅନ୍ତି ସେ ହେଉଛନ୍ତି ଚାଇନିଜ୍ ଅଭିନେତ୍ରୀ ଫ୍ୟାନ୍ ବିଙ୍ଗବିଙ୍ଗ। ସାରା ଦୁନିଆରେ ସବୁଠାରୁ ଲୋକପ୍ରିୟ ତଥା ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଏହି ଅଭିନେତ୍ରୀ ପ୍ରାୟ ଦୁଇ ଦଶନ୍ଧି ଧରି ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଅନେକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୮୨୦-୯୦୦ କୋଟି ଟଙ୍କା। କୌଣସି ଭାରତୀୟ ଅଭିନେତ୍ରୀ କିମ୍ବା କୋରିଆ ଏବଂ ଜାପାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ଏତେ କୋଟି ଟଙ୍କାର ମାଲିକାଣୀ ହୋଇ ନାହାଁନ୍ତି । ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯାହାଙ୍କ ମୋଟ ସମ୍ପତ୍ତି ପ୍ରାୟ ୮୦୦ କୋଟି ।