ଓଡ଼ିଶା 365 (ବ୍ୟୁରୋ): ଆଜି ଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ସକ୍ରିୟ ଲଘୁଚାପ କ୍ଷେତ୍ର ଏବେ ଧିରେ ଧିରେ ଛତିଶଗଡ ମୁହାଁ ହୋଉଛି। ଫଳରେ ଆଜିଠୁ ରାଜ୍ୟରେ ବର୍ଷା ହ୍ରାସ ପାଇବ ପ୍ରଭାବ । ୪ରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏପଟେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲାଣି। ପାଣି ଅଭାବରେ ଚାଷ ଜମି ଫାଟି ଆଁ କଲାଣି । ଆଉ କେଉଁଠି ପ୍ରବଳ ବର୍ଷା ପାଇଁ ପାଣି ବୁଡିଲାଣି ଫସଲ । ମୌସିମୀର ଏପରି ଲୁଚକାଳି ଖେଳ ପାଇଁ ଚଷା ପୁଅ ହତାସ ହେଲାଣି । ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଚଳିତ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି ।