ଓଡ଼ିଶା 365:(ବ୍ୟୁରୋ) ୨୦୧୧ର ଏକ ଆବେଦନ ଉପରେ ନିଜର ରାୟକୁ ସୁରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ଆବେଦନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିବାହ ବିନା ଜନ୍ମ ହୋଇଥିବା ପିଲା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କ ମାତାପିତାଙ୍କର ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବେ କି ନାହିଁ। ସେ ନେଇ ଆବେଦନରେ ପ୍ରଶ୍ନ ରହିଛି । ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ ବିଭିନ୍ନ ଓକିଲଙ୍କ ଯୁକ୍ତି ଶୁଣିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରାୟକୁ ସୁରକ୍ଷିତ ରଖିଛନ୍ତି।