ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ। ବହିଷ୍କାର ହେଲେ ୪ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମନ୍ମୟୀ ପଣ୍ଡାଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚଳାଣ କରିଥିଲା ପୋଲିସ । ତାଙ୍କ ସହ ଥିବା ଅନ୍ୟ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଅନ୍ୟ ତିନି ଜଣ ହେଲେ ୩ ଜଣ ହେଲେ ଗଣ୍ଡପତ୍ରା ପାଲି ହାଇସ୍କୁଲର ସଞ୍ଜୀତ୍ ପାଣି ମହାନନ୍ଦ, ସୁଲେକେଲା ହାଇସ୍କୁଲର ବିରଞ୍ଚି ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଅଲମା ଟପ୍ପୋ ଚାକିରିରୁ ବହିଷ୍କୃତ ।
ଜାଲ ସାର୍ଟିଫିକେଟ୍ ଦେଇ ଦୀର୍ଘ ବର୍ଷ ଧରି ଚାକିରି କରିଆସୁଥିଲେ ଏହି ଶିକ୍ଷକ ଶିକ୍ଷୟିତ୍ରୀ । ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷା ବିଭାଗରେ ଚାକିରି କରୁଥିଲେ ହିନ୍ଦୀ ଶିକ୍ଷୟତ୍ରୀ ମନ୍ମୟୀ ପଣ୍ଡା । ସନ୍ଦେହ ହେବା ପରେ ଶିକ୍ଷା ଅଧିକାରୀଙ୍କ ପାଖରେ ହାଜର ହେବାକୁ କୁହାଯାଇଥିଲା । ଯାଞ୍ଚରେ ହାଜର ହୋଇ କୌଣସି ସଠିକ୍ ଉତ୍ତର ନଦେବାରୁ ପରେ ସାର୍ଟିଫିକେଟ୍ ଯାଞ୍ଚରୁ ଫେକ୍ ବୋଲି ଜଣାପଡିଥିଲା । ଏନେଇ ଗତ ଅଗଷ୍ଟ ୯ ବୁଧବାର ତାଙ୍କ ବିରୋଧରେ ଏତଲା ପରେ ଆଜି ତାଙ୍କୁ ଗିରଫ କରାଯାଇଛି ।