ଓଡ଼ିଶା 365:(ବ୍ୟୁରୋ) ଚନ୍ଦ୍ରୟାନ- ୩ ଧିରେ ଧିରେ ଚନ୍ଦ୍ରର ନିକଟତର ହେବାକୁ ଲାଗିଛି । ଚନ୍ଦ୍ରର ଆଉ ଏକ ତାଜା ଚିତ୍ର ପଠାଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ ଚନ୍ଦ୍ରର ଏକ ସୁନ୍ଦର ଚିତ୍ର ପଠାଇଛି । ଯାହାକୁ ନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ( ଇସ୍ରୋ) ଟୁଇଟ କରି ସୂଚନା ଦେଇଛି । ଏହି ଫଟୋ ଓ ଭିଡିଓ ଲ୍ୟାଣ୍ଡର ଇମେଜର୍ କ୍ୟାମେରା -୧ରୁ କ୍ୟାପଚର ହୋଇଛି। ଏଥି ସହିତ ଇସ୍ରୋ ଚନ୍ଦ୍ରାୟନ -୩ ର ଲ୍ୟାଣ୍ଡର ପୋଜିସନ ଡିଟେକସନ କ୍ୟାମେରା (ଏଲପିଡିସି) ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ଆଉ ଏକ ଚିତ୍ର ପ୍ରକାଶ କରିଛି । ଏହା ଅଗଷ୍ଟ ୧୫ରେ ଉଠାଯାଇଥିଲା ବୋଲି କୁହାଯାଇଛି । ଚନ୍ଦ୍ରୟାନ-୩ ଅଗଷ୍ଟ ୧୭ ଅର୍ଥାତ୍ ଗୁରୁବାର ଲ୍ୟାଣ୍ଡର ଏବଂ ରୋଭରରୁ ପ୍ରୋପଲିସନ ମଡ୍ୟୁଲ ଅଲଗା କରିଥିଲା। ଏହା ସହିତ ଚନ୍ଦ୍ରୟାନର ରୋଭର ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାକୁ ଦ୍ରୁତ ଗତିରେଆଗକୁ ବଢୁଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ମଧ୍ୟ ଏହା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି।