ଓଡ଼ିଶା 365 (ବ୍ୟୁରୋ): ନିଜକୁ RTI କର୍ମୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଠକ କିଶୋର ମିଶ୍ର ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା ।
କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡ଼ିଛି। ତେବେ ସେ ଦୀର୍ଘ ବର୍ଷ ଧରି କୋରାପୁଟରେ ରହିଆସୁଥିଲେ। କୋରାପୁଟରେ ରହି ସାଧାରଣ ଲୋକଙ୍କ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲା। କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁଥିଲା ଧୂର୍ତ୍ତ କିଶୋର ମିଶ୍ର । ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି । କିଶୋର ମିଶ୍ର ୨ ରୁ ୩ ବର୍ଷ ଧରି ଏହି କାରନାମା କରି ଲୋକଙ୍କୁ ଠକୁ ଆସୁଥିଲା।