ଓଡ଼ିଶା 365:(ବ୍ୟୁରୋ) ତିଆରି ହେଲା ଭାରତର ପ୍ରଥମ 3D-ପ୍ରିଣ୍ଟେଡ୍ ଡାକଘର । ଦେଶର ପ୍ରଥମ 3D-ପ୍ରିଣ୍ଟେଡ୍ ଡାକଘର ବେଙ୍ଗାଲୁରୁରେ ତିଆରି ହୋଇଛି । ଶୁକ୍ରବାର ଏହାକ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ସେ କହିଛନ୍ତି, ତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଅନେକ ଆଗକୁ ଯାଇଛି । ନୂତନ ଜ୍ଞାନକୌଶଳ ବିକାଶ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି 3D-ପ୍ରିଣ୍ଟେଡ୍ ଡାକଘର ନିର୍ମାଣ କରିବା ଏକ ମହତ୍ ପଦକ୍ଷେପ। ବେଙ୍ଗାଲୁରୁ ସହର ସର୍ବଦା ଭାରତର ଏକ ନୂଆ ଚିତ୍ର ଉପସ୍ଥାପନ କରିଥାଏ। ୩ଡି-ପ୍ରିଣ୍ଟେଡ୍ ଡାକଘର ଭବନରେ ଆପଣ ଦେଖିଥିବା ନୂତନ ଚିତ୍ର ହେଉଛି ଆଜି ଭାରତର ଭାବନା। ଏହି ଭାବନା ସହିତ ଆଜି ଭାରତ ଅଗ୍ରଗତି କରୁଛି।