ଓଡ଼ିଶା 365 (ବ୍ୟୁରୋ): ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି। ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ଫଳରେ ମାମଲାଟିର ଶୁଣାଣି ପାଇଁ MP / MLA ସ୍ୱତନ୍ତ୍ର ବେଞ୍ଚକୁ ଆସିଛି । ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଦ କରିବାକୁ ହୋଇଥିଲା ଆବେଦନ। ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ଡାକ୍ତର ରବି ରଞ୍ଜନ ସାହୁ।
ORHDC ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଅଗ୍ରାହ୍ୟ ହୋଇଛି। ଜନସ୍ୱାର୍ଥ ମାମଲାକୁ ହତିଆର ଭାବେ ବ୍ୟବହାର କରି ହେବ ନାହିଁ। ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ। ବିଧାୟକ, ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି। ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ।