ଓଡ଼ିଶା 365 (ବ୍ୟୁରୋ): ବାରିପଦା ମେଡିକାଲ କଲେଜରେ ଅଗ୍ନୀକାଣ୍ଡ । ମେଡିକାଲର ତୃତୀୟ ମହଳାରେ ଥିବା ଓଟି ରୁମରେ ନିଆଁ ଲାଗିଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ଣରେ ବାରିପଦା ମେଡିକାଲ କଲେଜର ଶିଶୁ ଓ ମହିଳା ଚିକିତ୍ସାର ୭ ମହଲା କୋଠାର ତୃତୀୟ ମହଲାରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସିକ୍ୟୁରିଟି ବିଭାଗର କର୍ମଚାରୀ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।